ଭାରତୀୟ ନିର୍ବାଚନକୁ ଫେସ୍‌ବୁକ୍‌ ପ୍ରଭାବିତ କରିବ ନାହିଁଁ: ମାର୍କ ଜୁକର୍‌ବର୍ଗ

ନୂଆଦିଲ୍ଲୀ: ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଫେସ୍‌ବୁକ୍‌ ଡାଟା ବ୍ୟବହୃତ ହୋଇଥିବା ଖବରରେ ଚିନ୍ତା ପ୍ରକଟ କରି କମ୍ପାନିର ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ ତାଙ୍କ ସଂସ୍ଥାନ ଭାରତ ସମେତ ସମଗ୍ର ବିଶ୍ୱରେ ହେଉଥିବା ନିର୍ବାଚନରେ ଅଖଣ୍ଡତା ବଜାୟ ରଖିବାକୁ ବଦ୍ଧପରିକର।

ସିଏନ୍‌ଏନ୍‌ ସହ ଏକ ସାକ୍ଷାତ୍‌କାରରେ ଜୁକର୍‌ବର୍ଗ ସ୍ୱୀକାର କରିଛନ୍ତି ଯେ ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିବାକୁ ରୁଷିଆ ଆଦି ଦେଶଦ୍ୱାରା ଉଦ୍ୟମ ହୋଇଥିଲା। କିନ୍ତୁ, ଏ ସବୁ ଉଦ୍ୟମକୁ ପଣ୍ଡ କରିବାକୁ ତାଙ୍କ ସଂସ୍ଥାନ ବିହିତ ପଦକ୍ଷେପ ଗ୍ରହଣ କରି ସାରିଛି।

ବିଭିନ୍ନ ଦେଶର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ତତ୍ତ୍ୱଗୁଡ଼ିକର ପ୍ରଭାବକୁ ଅକାମି କରିବାକୁ ଫେସ୍‌ବୁକ୍‌ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ପ୍ରଶ୍ନ କରାଯିବାରୁ ଭାରତ ପ୍ରସଙ୍ଗ ଉଠିଥିଲା।

ଫେସ୍‌ବୁକ୍‌ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସବିଶେଷ ବର୍ଣ୍ଣନା ଦେଇ ଜୁକର୍‌ବର୍ଗ କହିଲେ କି, ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ‘ରସିଆନ୍‌ ବଟ୍‌’କୁ ଚିହ୍ନଟ କରିବାକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ଟୁଲ୍‌ ବ୍ୟବହାର କରାଯିବ। ଏହି ବଟ୍‌ ଦ୍ୱାରା ୨୦୧୭ର ଫ୍ରାନ୍‌ସ୍‌ ନିର୍ବାଚନ ଏବଂ ଅଲବାମାର ସିନେଟ୍‌ ସିଟ୍‌ ପାଇଁ ହୋଇଥିବା ନିର୍ବାଚନକୁ ପ୍ରଭାବିତ କରାଯିବାକୁ ଉଦ୍ୟମ ହୋଇଥିଲା।

ସମ୍ବନ୍ଧିତ ଖବର