ବାଙ୍ଗାଲୁଲୁ ଏରୋ ଶୋରେ ଭୀଷଣ ଅଗ୍ନିକାଣ୍ଡ, ୩୦୦ରୁ ଅଧିକ ଗାଡ଼ି ଜଳି ପାଉଁଶ

ବାଙ୍ଗାଲୁରୁ : ବାଙ୍ଗାଲୁରୁର ୟେଲେହେଙ୍କା ବାୟୁସେନା ଘାଟିରେ ଚାଲିଥିବା ଏରୋ ଶୋ’ର ପାର୍କିଂରେ ଲାଗିଥିବା ନିଆଁ ବେଳକୁ ବେଳକୁ ବେଳ ଅଧିକ କରାଳ ରୂପ ଧାରଣ କରୁଛି । ନିଆଁ ଅଧିକ ଅଂଚଳକୁ ବ୍ୟାପୀବା ଫଳରେ ଏବେସୁଦ୍ଧା ପ୍ରାୟ ୩୦୦ରୁ ଅଧିକ ଗାଡ଼ି ଜଳି ପାଉଁଶ ହୋଇଯାଇଥିବା ଜଣାଯାଇଛି । ଏହି ନିଆଁ ଲିଭା କାମରେ ଏୟାରଫୋର୍ସ ବ୍ରିଗେଡ-୬ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ସର୍ବଶେଷ ଖବର ଅନୁସାରେ ଦମକଳଗାଡ଼ିଗୁଡ଼ିକ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏହି ନିଆ ଜଳୁଥିବା ସମୟରେ ଏରୋ ଶୋର ଫ୍ଲାଇଟ ଉଡାଣ ଗୁଡ଼ିକ ବନ୍ଦ ରହିଥିଲା । ନିଆ ଆୟତ୍ତ ହେବା ପରେ ଏସବୁ ଉଡାଣ ପୁଣି ଆରମ୍ଭ ହୋଇଛି ।  ଏହି ନିଆଁ କିପରି ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 

ଦିନ ପ୍ରାୟ ୧ଟା ବେଳେ ଏରୋ ଇଣ୍ଡିଆର ୫ ନମ୍ବର ଫାଟକ ଠାରେ ନଆଁ ଲାଗିଥିଲା। ମାଟିରେ ଶୁଖିଲା ଘାସ ଥିବାରୁ ନିଆଁ ଖୁବ୍‌ ଶୀଘ୍ର ଚରିଯାଇ ପାଖରେ ଥିବା ପାର୍କିଙ୍ଗ୍‌ସ୍ଥଳର ଗାଡ଼ିରେ ଲାଗିଯାଇଥିଲା। ନିଆଁ ପ୍ରଭାବରେ ଗୋଟିଏ ଇନ୍ଧନ ଟାଙ୍କି ମଧ୍ୟ ଫାଟି ଯାଇଛି। ନିଆଁ ଲାଗିବା ପରେ ପେର ଚାଲିଥିବା ଏୟାର୍‌ ସୋ ସାମୟିକ ଭାବେ ବନ୍ଦ କରାଯାଇଥିଲା। ଏଥିରେ କୌଣସି ବିମାନ ନଷ୍ଟ ହୋଇ ନ ଥିବା ପ୍ରକାଶ। ରବିବାର ଦିନ ଏରୋ ସୋ ସମାପ୍ତ ହେବ।

ସମ୍ବନ୍ଧିତ ଖବର