କୋଭିିସିଲ୍ଡର ପ୍ରଥମ ଡୋଜ ୬୭ପ୍ରତିଶତ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସକ୍ଷମ: ଅଧ୍ୟୟନ

ନୂଆଦିଲ୍ଲୀ: ତିଆରି କରିଥିବା କରୋନା ଟିକାକୁ ନେଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏକ ନୂତନ ଅଧ୍ୟୟନ କରିଛି। ନୁତନ ଅଧ୍ୟୟନ ଅନୁଯାୟୀ, ଦୁଇଟି ଡୋଜ୍ ମଧ୍ୟରୁ ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା ଟିକାର ଗୋଟେ ଡୋଜ ମଧ୍ୟ କରୋନାଭାଇରସ୍ ସଂକ୍ରମଣକୁ ୬୭% ହ୍ରାସ କରିବାକୁ ସକ୍ଷମ। ଏହା ଦ୍ବାରା କୋଭିସିଲ୍ଡ ଟିକା ମାରାତ୍ମକ ଭୂତାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦାବି କରିଛି ଅକ୍ସଫୋର୍ଡ ।

ଏହି ଖବର ଆସିବା ପରେ ବ୍ରିଟେନ ସରକାର ଖୁିସି ବ୍ୟକ୍ତି କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ କୋଭିସିଲ୍ଡ କେତେ ପ୍ରଭାବଶାଳୀ, ତାହା ଅଜଣାଥିବା ବେଳେ ଅକ୍ସଫୋର୍ଡର ଏଭଳି ଖବର ଆଶ୍ବସ୍ତ କରିଛି ବୋଲି ବ୍ରିଟେନ ସରକାର କହିଛନ୍ତି। ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଫଳାଫଳ, ବର୍ତ୍ତମାନ ‘ଦ ଲାନସେଟ୍’ ଦ୍ୱାରା ପ୍ରକାଶିତ ହେବାକୁ ଥିବା ବେଳେ ସମୀକ୍ଷା ବୈଠକରେ ଏହା ମଧ୍ୟ ଜଣାପଡିଛି ଯେ ଟିକାର ଦୁଇଟି ଆବଶ୍ୟକୀୟ ଡୋଜ ମଧ୍ୟରେ ଥିବା ତିନିମାସର ବ୍ୟବଧାନ ମାରାତ୍ମକ ଭୂତାଣୁଠାରୁ ସୁରକ୍ଷା ଦେବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।

Covid-19: AstraZeneca jab may reduce transmission by two-thirds
The Irish Times

ଅକ୍ସଫୋର୍ଡ / ଆଷ୍ଟ୍ରାଜେନେକା ଟିକା ନେବା ପରେ ଦିନ ୨୨ରୁ ୯୦ଦିନ ମଧ୍ୟରେ ଟିକାର ଫଳପ୍ରଦତା ୭୬ପ୍ରତିଶତ ରହୁଛି। ଏହା ପୂର୍ବରୁ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ମଧ୍ୟ ୭୦ପ୍ରତିଶତ ଅଧିକ ସଂକ୍ରମକ ଥିବା ବ୍ରିଟେନ ଷ୍ଟ୍ରେନକୁ ହରାଇବାରେ ସକ୍ଷମ ବୋଲି ଦାବି କରିଥିଲା ଭାରତ ବାୟୋଟେକ।

ସମ୍ବନ୍ଧିତ ଖବର