ଇସ୍‌ଲାମାବାଦରେ ହେବ ପ୍ରଥମ ହିନ୍ଦୁ ମନ୍ଦିର, ଇମ୍ରାନ୍‌ ଖାନ୍‌ ସରକାର ଦେବେ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ : ପାକିସ୍ତାନର ଇସ୍‌ଲାମାବାଦ ସହରରେ ପ୍ରଥମ ହିନ୍ଦୁ ମନ୍ଦିର ସ୍ଥାପନ ପାଇଁ ଗତକାଲି ଶିଳାନ୍ୟାସ କାର୍ଯ୍ୟକ୍ରମ ସଂପନ୍ନ ହୋଇଛି। ଏହି ମନ୍ଦିର ନିର୍ମାଣ ପାଇଁ ଇମ୍ରାନ୍‌ ଖାନ୍‌ ସରକାର ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ ଏହି ମନ୍ଦିର ଇସ୍‌ଲାମାବାଦର ଏଚ୍‌-୯ ଅଂଚଳରେ ନିର୍ମାଣ ହେବ ଏବଂ ଏଥିପାଇଁ ୨୦ ହଜାର ବର୍ଗଫୁଟ ଅଂଚଳ ପ୍ରଦାନ କରାଯାଇଛି। ପାକିସ୍ତାନର ଜଣେ ସଂସଦୀୟ ସଚିବ ଲାଲ ଚନ୍ଦ ମାହ୍ଲି ଏହି ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଏହି ପ୍ରସ୍ତାବିତ ମନ୍ଦିର କାର୍ଯ୍ୟ ୩ ବର୍ଷ ତଳୁ ଆରମ୍ଭ ହେବାକୁ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଏଥିରେ ବିଳମ୍ବ ଘଟିବାରେ ଲାଗିଛି।

ସମ୍ବନ୍ଧିତ ଖବର