ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ବିଚାରପତି

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ପା‌କିସ୍ତାନରେ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ସୁମନ କୁମାରୀ। କ୍ବାମ୍ବର ଶାହଦାକୋଟ୍ ବାସିନ୍ଦା ସୁମନ୍‌ ପ୍ରଥମ ହିନ୍ଦୁ ମହିଳା ଭାବେ ଦେୱାନୀ ଅଦାଲତର ବିଚାରପତି ନିଯୁକ୍ତ ହୋଇଛନ୍ତି। ସୁମନଙ୍କ ବାପା ପବନ କୁମାର ବୋଦନଙ୍କ କହିବା ଅନୁଯାୟୀ ସୁମନ ସବୁବେଳେ ଗରିବ ଲୋକଙ୍କୁ ମାଗଣା ନ୍ୟାୟିକ ସହାୟତା ଯୋଗାଇ ଦେବାକୁ ଚାହାନ୍ତି। ଏବେ ତାଙ୍କର ଏହି ସ୍ବପ୍ନ ସାକାର ହୋଇପାରିବ। ସୁମନଙ୍କ ବାପା ଜଣେ ଚକ୍ଷୁ ରୋଗ ବିଶେଷଜ୍ଞ। ତାଙ୍କର ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ସଫ୍ଟ‌ୱେୟାର ଇଞ୍ଜିନିୟର ଏବଂ ଅନ୍ୟ ଜଣେ ଚାର୍ଟାଡ୍‌ ଆକାଉଣ୍ଟାଣ୍ଟ୍‌।

ସମ୍ବନ୍ଧିତ ଖବର