ଭାରତୀୟ ବଂଶୋଦ୍ଭବ ବ୍ରିଟିସ ମନ୍ତ୍ରୀଙ୍କୁ ପ୍ରଥମ ରାଣୀ ଏଲିଜାବେଥ ପୁରସ୍କାର

ନୂଆଦିଲ୍ଲୀ : ବ୍ରି‌ଟେନର ଭାରତୀୟ ବଂଶୋଦ୍ଭବ ଗୃହ ସଚିବ ସୁଏଲା ବ୍ରେଭରମ୍ୟାନ୍‌ଙ୍କୁ ପ୍ରଥମ ‘ରାଣୀ ଏଲିଜାବେଥ ପୁରସ୍କାର’ ପ୍ରଦାନ କରାଯାଇଛି। ଲଣ୍ଡନରେ ଆୟୋଜିତ ଏକ ଉତ୍ସବରେ ସେ ‘କ୍ବିନ୍‌ ଏଲିଜାବେଥ ସେକେଣ୍ଡ୍‌ ଓମ୍ୟାନ୍‌ ଅଫ୍‌ ଦି ଇୟର’ ପୁରସ୍କାର ଗ୍ରହଣ କରିଛନ୍ତି। ୪୨ ବର୍ଷୀୟା ବାରିଷ୍ଟର ସୁଏଲାଙ୍କୁ ଚଳିତ ମାସ ଆରମ୍ଭରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ କ୍ୟାବିନେଟରେ ନିଯୁକ୍ତ କରିଥିଲେ।

ସୁଏଲା କହିଛନ୍ତି, ସ୍ବର୍ଗତ ରାଣୀଙ୍କ ସ୍ମୃତିରେ ହୋଇଥିବା (ଏସିଆନ ଆଚିଭର୍ସ ଆୱାର୍ଡ‌୍‌ସ) ଉତ୍ସବରେ ମତେ ଯେଉଁ ନୂଆ ଭୂମିକା ମିଳିଛି ସେଥିପାଇଁ ମୁଁ ଖୁବ୍‌ ଗର୍ବିତ। ଲଣ୍ଡନରେ ଜନ୍ମିତ ସୁଏଲାଙ୍କ ମା’ ତାମିଲନାଡ଼ୁ ଏବଂ ବାପା ଗୋଆର ମୂଳ ବାସିନ୍ଦା।

ସମ୍ବନ୍ଧିତ ଖବର