ପ୍ରଜାପତି ପରି ଉଡ଼ିବ, ମହୁମାଛି ପରି ବିନ୍ଧିବ ‘ପ୍ରଚଣ୍ଡ’; ହେଲିକପ୍ଟର ଉଡ଼ାଇବା ପରେ ଏଭଳି କହିଲେ ପାଇଲଟ

ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ଆଜି ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର୍‌ର ପ୍ରଥମ ଛେକକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। ୧୦ଟି ହେଲିକପ୍ଟରକୁ ଆନୁଷ୍ଠାନିକ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଧପୁରରେ ଭାରତୀୟ ବାୟୁସେନାରେ ସାମିଲ କରିଥିଲେ। ଏହି ହେଲିକପ୍ଟରର ନାମ ‘ପ୍ରଚଣ୍ଡ’ ରଖାଯାଇଥିବା କଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଥିଲେ। ଏହାକୁ ଉଡାଇବା ପାଇଁ ପାଇଲଟମାନେ ଉତ୍ସାହିତ ଥିବା ବେଳେ ଜଣେ ପାଇଲଟ ନିଜର ଅଭିଜ୍ଞତା ସେୟାର କରିଛନ୍ତି।

ହେଲିକପ୍ଟର ଉଡାଇ ସାରିବା ପରେ ଉଇଙ୍ଗ କମାଣ୍ଡର ସୌରଭ ଶର୍ମା ଜଣେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବକ୍ସର ମହମ୍ମଦ ଅଲୀଙ୍କ ଏକ ବକ୍ତବ୍ୟକୁ ଉଦ୍ଧାର କରି କହିଲେ ଯେ, ପ୍ରଜାପତି ପରି ଉଡ଼ିବ, ମହୁମାଛି ପରି ବିନ୍ଧିବ ‘ପ୍ରଚଣ୍ଡ’। ଭାରତୀୟ ବାୟୁସେନାରେ ଏହା ସାମିଲ ହେବାରେ ଆମକୁ ଶତ୍ରକୁ ଜବାବ ଦେବା ସହଜ ହେବ।

 indigenously made Light Combat Helicopter
indiatoday

ଏହା ପୂର୍ବରୁ ପ୍ରବେଶ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜନାଥ ସିଂହ କହିଲେ, ଦୀର୍ଘ ଦିନରୁ ଲଢୁଆ ହେଲିକପ୍ଟର୍‌ ଆବଶ୍ୟକ ଥିଲା। ବିଶେଷ କରି, ୧୯୯୯ କାର୍ଗିଲ୍‌ ଯୁଦ୍ଧ ବେଳେ ଏହାର ଅଭାବ ଅନୁଭୂତ ହୋଇଥିଲା। ହାଲୁକା ଲଢୁଆ ହେଲିକପ୍ଟର୍‌ ହେଉଛି ୨ ଦଶନ୍ଧିର ଗବେଷଣା ଓ ବିକାଶର ପରିଣାମ। ଭାରତୀୟ ବାୟୁସେନାରେ ଏହର ପ୍ରବେଶ ମଧ୍ୟ ପ୍ରତିରକ୍ଷା ଉତ୍ପାଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବହନ କରି ଆବଶ୍ୟକ କ୍ଷେତ୍ରରେ ତୁରନ୍ତ ପହଞ୍ଚାଇବା ସହିତ ଏହି ହେଲିକପ୍ଟର୍‌ ଶତ୍ରୁ ସହିତ ଛକାପଞ୍ଝା କରିପାରିବ। ଏହା କେତେକ ପାର୍ବତ୍ୟ ଭୂଇଁରେ ଆମ ସଶସ୍ତ୍ର ସେନାର ଆବଶ୍ୟକତା ପୂରଣ କରିବ। ତେଣୁ, ଉଭୟ ସେନା ଓ ବାୟୁ‌ସେନା ପାଇଁ ଏହା ଗୁରୁତ୍ବ ବହନ କରୁଛି।

ସମ୍ବନ୍ଧିତ ଖବର