ଆଫଗାନିସ୍ତାନକୁ ଭାରତ ଉପହାର ଦେଇଥିବା ଏମ-୩୫ ଚପରକୁ ଅକ୍ତିଆରକୁ ନେଲା ତାଲିବାନ !

ନୂଆଦିଲ୍ଲୀ: ଆଫଗାନିସ୍ତାନର ଅନେକ ଅଞ୍ଚଳକୁ ନିଜ କବଜାକୁ ନେଇସାରିଛି ତାଲିବାନ। ଆଫଗାନିସ୍ତାନର ୮ ପ୍ରାଦେଶିକ ସହରକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ତାଲିବାନ୍‌ ଏବେ ଭାରତ ଆଫଗାନିସ୍ତାନକୁ ଉପହାର ଦେଇଥିବା ଏମ-୩୫ ଚପରକୁ ନିଜ ଅକ୍ତିଆରକୁ ନେଇଥିବା ଜଣାପଡ଼ିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରୁ ଏହି ଖବର ସାମ୍ନାକୁ ଆସିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକାଧିକ ଥର ସେୟାର କରାଯାଇଥିବା ଏହି ଭିଡିଓ ଫୁଟେଜରେ ଦେଖାଯାଇଛି ଯେ, ଏମ-୩୫ ଚପର ରହିଥିବା ସ୍ଥାନରେ ଜଣେ ତାଲିବାନୀ ଭଳି ଦିଶୁଥିବା ବ୍ୟକ୍ତି ବାଇକ୍  ଚଳାଇ ଯାଉଛି। ଭିଡିଓ ଦେଖିବା ପରେ ଚପରଟି କୁଣ୍ଡୁଜ ବିମାନବନ୍ଦରରେ ପାର୍କ ହୋଇଥିବା ବିଶ୍ୱାସ କରାଯାଉଛି।

ଗତ ସପ୍ତାହରେ ଆଫଗାନିସ୍ତାନର କୁଣ୍ଡୁଜ ସହର ତାଲିବାନ କବଜାକୁ ଚାଲିଯାଇଥିବା ବେଳେ ତାଲିବାନୀମାନେ ଭାରତ ଉପହାର ଦେଇଥିବା ଚପରକୁ ନିଜ କବଜାକୁ ନେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଚପରରେ ଥିବା ସିରିଏଲ ନଂ ଭାରତ ଉପହାର ଦେଇଥିବା ଚପରର ସିରିଏଲ ନଂ ସହ ମିଶୁଥିବାରୁ ଏହା ଭାରତ ପକ୍ଷରୁ ଦିଆଯାଇଥିବା ଚପର ବୋଲି କୁହାଯାଉଛି। ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

ସମ୍ବନ୍ଧିତ ଖବର