ଭାରତରେ ରହୁଥିବା ବିଦେଶୀ ନାଗରିକ କରୋନା ଟିକା ନେଇପାରିବେ

ନୂଆଦିଲ୍ଲୀ : ଭାରତରେ ରହୁଥିବା ବିଦେଶୀ ନାଗରିକମାନେ ଏବେ କରୋନା ଟିକା ନେଇପାରିବେ । ଏ ସମ୍ପର୍କରେ ଆଜି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଭାରତରେ ରହୁଥିବା ବିଦେଶୀ ନାଗରିକମାନେ କୋଓ୍ବିନ ପୋର୍ଟାଲରେ ପଂଜୀକରଣ କରି ଟିକା ନେଇପାରିବେ । ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ରଭାବେ ଦେଖାଇପାରିବେ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ଏକ ବଡ଼ ସଂଖ୍ୟାରେ ବିଦେଶୀ ଲୋକ ରହୁଛନ୍ତି ।

ବିଶେଷକରି ମହାନଗରଗୁଡ଼ିକରେ ଅଧିକ ପରିମାଣରେ ବିଦେଶୀ ନାଗରିକ ରହିଛନ୍ତି । ମହାନଗରରେ ଜନସଂଖ୍ୟାର ଘନତ୍ବ ଅଧିକ ଥିବାରୁ କରୋନା ବ୍ୟାପିବାର ଆଶଙ୍କା ଅଧିକ । ଏଣୁ ସବୁ ଯୋଗ୍ୟ ନାଗରିକଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ।

ବିଦେଶୀ ନାଗରିକମାନଙ୍କୁ ଟିକା ଦିଆଯିବା ଦ୍ବାରା ସେମାନେ ସୁରକ୍ଷିତ ରହିବେ । ଏହା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ ।
ସୂଚନାଯୋଗ୍ୟ ଯେ, ଭାରତରେ ଗତ ଜାନୁଆରି ୧୬ରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା । ଗତ ଅଗଷ୍ଟ ୬ ସୁଦ୍ଧା ଦେଶରେ ୫୦ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧିତ ଖବର