ତିହାର ଜେଲରେ ତିଆରି ହୋଇଛି ୪ ସୁଡ଼ଙ୍ଗ, ଏକ ସଙ୍ଗେ ଫାଶୀ ପାଇବେ ପବନ, ଅକ୍ଷୟ, ମୁକେଶ ଓ ବିନୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ପାଇଁ ଆଜି ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ଅପରାଧୀମାନଙ୍କର ମୃତ୍ୟୁ ପରଓ୍ଵାନା ମଧ୍ୟ ପଠାଇ ଦେଇଛନ୍ତି।

ତେଣେ ୪ ଦୋଷୀ  ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଏକାବେଳେ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠମଞ୍ଚ ତିଆରି କରାଯାଇଥିବା ବେଳେ ମଞ୍ଚ ତଳେ ୪ଟି ସୁଡ଼ଙ୍ଗର ନିର୍ମାଣ ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ପୂର୍ତ୍ତବିଭାଗ ୪ଟି ସୁଡ଼ଙ୍ଗ ଓ କାଠମଞ୍ଚର ନିର୍ମାଣ କାମ ଶେଷ କରିଛି।

ପୂର୍ବରୁ ତିହାର ଜେଲରେ ମାତ୍ର‌ ଗୋଟିଏ କାଠମଞ୍ଚ ଥିବା ବେଳେ ପ୍ରଥମ କରି ଏକାସାଙ୍ଗରେ ୪ଜଣ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବାରୁ ୪ଟି ମଞ୍ଚ ଓ ତା’ ତଳେ ସୁଡ଼ଙ୍ଗ ନିର୍ମାଣ ହୋଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ ଜେଲ ଭିତରକୁ ଜେସିବି ମେସିନ ଯିବାଲାଗି ଅନୁମତି ଦିଆଯାଇଥିଲା।

photo-oneindia

ମିଳିଥିବା ସୂଚନା ମୁତାବକ, ଫାଶୀଖୁଣ୍ଟ ତଳେ ଥିବା ପ୍ରତିଟି କାଠମଞ୍ଚ  ତଳେ ଗୋଟିଏ ଗୋଟିଏ ସୁଡ଼ଙ୍ଗ ନିର୍ମାଣ କରାଯାଇଥାଏ। ଫାଶୀ ସମୟରେ ଖୁଣ୍ଟରେ ବନ୍ଧା ଥିବା ଦୋଷୀର ପାଦ ତଳୁ କାଠମଞ୍ଚଟି ବାହାରି ଯାଏ ଓ ସେ ଖୁଣ୍ଟରେ ଝୁଲିପଡ଼େ।  ଏହି ପ୍ରକ୍ରିୟା ଲାଗି ମଞ୍ଚ ତଳେ ଗର୍ତ୍ତ ଓ ସୁଡ଼ଙ୍ଗ ତିଆରି ହୋଇଥାଏ।  ପରେ ସୁଡ଼ଙ୍ଗରୁ ମୃତଦେହକୁ ବାହାରକୁ ବାହାର କରାଯାଇଥାଏ।

ତିହାର ଜେଲ୍ ପ୍ରଶାସନ ୨୦୧୯  ଡିସେମ୍ବର ୧୮ରେ ନିର୍ଭୟା ଦୋଷୀ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ନୋଟିସ୍‌ କରିଥିଲେ। ଏଥିରେ କୁହାଯାଇଥିଲା କି, ଗୋଟିଏ ସପ୍ତାହ ମଧ୍ୟରେ ସେମାନେ ରାଷ୍ଟ୍ରପତିଙ୍କୁ  ରାଜକ୍ଷମା ଆବେଦନ କରି ପାରିବେ। ଏହି କ୍ରମରେ ଡିସେମ୍ବର ୨୫ ପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା ଆବେଦନର ସମୟସୀମା ରଖାଯାଇଥିବା ବେଳେ କୌଣସି ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯାଇ ନଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୦ ଜାନୁଆରି  ୭ ତାରିଖରେ ହେବାର ଥିଲା। ଆଜି  ପଟିଆଲା କୋର୍ଟ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରୱାନା ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର