ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ବଡ଼ ଆକ୍ରମଣ ଯୋଜନାକୁ ପଣ୍ଡ କଲା ପୁଲିସ: ଚାରି ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଯୋଜନା ପଣ୍ଡ ହୋଇଯାଇଛି। ଜମ୍ମୁ-କଶ୍ମୀର ପୁଲିସ ଆତଙ୍କବାଦୀଙ୍କ ଏହି ଯୋଜନାକୁ  ପଣ୍ଡ କରି ଦେଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଆତଙ୍କବାଦୀଙ୍କୁ ପୁଲିସ ଗିରଫ କରି ନେଇଛି। ଗିରଫ ଆତଙ୍କବାଦୀ ସ୍ବାଧୀନତା ଦିବସରେ ମୋଟରସାଇକେଲ ଆଇଇଡି ବ୍ୟବହାର କରି ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Kashmir में आतंकी साजिश पर चोट, आतंकियों के पास से मिले IED को सुरक्षाबलों ने किया डिफ्यूज - Major terror bid foiled in J&K, 4 Jaish terrorists arrested - Jammu Kashmir AajTak

ଜମ୍ମୁ-କଶ୍ମୀର ସୁରକ୍ଷାବଳ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚଲାଇଛନ୍ତି। ଏହି ଅଭିଯାନ ଜରିଆରେ ଜମ୍ମୁ-କଶ୍ମୀର ପୁଲିସ ଜୈସର ଚାରିଜଣ ଆତଙ୍କବାଦୀ ଓ ତାଙ୍କର ସହଯୋଗୀଙ୍କୁ ଗିରଫ କରିଛି।  ଗିରଫ ଆତଙ୍କବାଦୀ ଡ୍ରେନରୁ ତଳକୁ ଖସା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଏକାଠି କରି ତାହାକୁ ଘାଟିରେ ସକ୍ରିୟ ଥିବା ଜୈସର ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଯୋଜନା କରୁଥିଲେ। ଏଥିସହିତ ଏହି ଆତଙ୍କବାଦୀ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଓ ସେହିଦିନ ମୋଟରସାଇକେଲରେ ଆଇଇଡି ଖଞ୍ଜି ଆକ୍ରମଣ କରିବାର ଯୋଜନା ବି ରଖିିଥିଲେ। କେବଳ ଏତିକି ନୁହେଁ ଦେଶର ଅନ୍ୟ ସହର ଉପରେ ଆକ୍ରମଣ କରିବାକୁ ବି ଲକ୍ଷ୍ୟ ରଖିଥିଲେ ଗିରଫ ଆତଙ୍କବାଦୀ।

जम्मू में हमले की बड़ी साजिश नाकाम

ପୁଲିସ ପ୍ରଥମେ ମୁନ୍ତଜିର ମଞ୍ଜୁରକୁ ଗିରଫ କରିଥିଲା। ମଞ୍ଜୁର ପୁଲବାମାରେ ବସବାସ କରୁଥିବା ବେଳେ ଜୈସର ଆତଙ୍କବାଦ ଥିବା ଜଣାପଡ଼ିଛି।  ମଞ୍ଜୁର ନିକଟରୁ ପୁଲିସ ଗୋଟିଏ ବନ୍ଧୁକ, ମେଗଜିନ ଓ ୮ ରାଉଣ୍ଡ ଗୁଳି, ଦୁଇଟି ଚୀନ ହାତ ତିଆରି ବୋମା ଜବତ କରିଛି। ଏଥିସହିତ ଅସ୍ତ୍ରଶସ୍ତ୍ର ନେବାକୁ ଆତଙ୍କବାଦୀମାନେ ଯେଉଁ ଟ୍ରକର ବ୍ୟବହାର କରୁଥିଲେ ତାହାକୁ ବି ପୁଲିସ ଜବତ କରି ନେଇଛି। ଏହାପରେ ଆଉ ତିନିଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ଇଜାହର ଖାନ ଓରଫ ସୋନୁ ଖାନ ଓ ତୋଫିକ ଅହମଦ ଶାହା ରହିଛନ୍ତି।

 

ସମ୍ବନ୍ଧିତ ଖବର