ସୋପିଆନ୍‌ ଏନ୍‌କାଉଣ୍ଟର ୪ ଆତଙ୍କବାଦୀ ନିପାତ: ୨ ସପ୍ତାହରେ ୬ କମାଣ୍ଡର ସମେତ ୨୨ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ସୋପିଆନ୍‌ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନ୍‌ର ପିଂଜୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ଆଜି ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ସର୍ଚ୍ଚ‌ ଅପରେସନ୍‌ ଜାରି ରହିଥିବା ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାବାହିନୀ ଉପରକୁ ଗୁଳି ଚାଳନା କରିବାରୁ ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ପାଳଟା ଜବାବ ଦେଇ ପ୍ରବଳ ଗୁଳି ଚାଳନା କରାଯାଇଥିଲା। ଫଳରେ ସୁରକ୍ଷାବାହିନୀ ଗୁଳିରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଉକ୍ତ ଆତଙ୍କବାଦୀମାନେ କେଉଁ ଗୋଷ୍ଠୀର ତାହା ଜଣାପଡ଼ିନି।

ଗତ ୨୪ ଘଣ୍ଟା ମଧ୍ୟରେ ସୋପିଆନ୍‌ରେ ଏହା ଦ୍ବିତୀୟ ଏନ୍‌କାଉଣ୍ଟର। ଗତକାଲି ରେବାନ୍‌ ଅଞ୍ଚଳରେ ସୁରକ୍ଷାବାହିନୀ ଗୁଳିରେ ଜଣେ ଆତ୍ମଘୋଷିତ କମାଣ୍ଡର ସମେତ ୫ ଜଣ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ଜମ୍ମୁ କାଶ୍ମୀର ଡିଜିପି ଦିଲ୍‌ବାଗ୍‌ ସିଂହ କହିଛନ୍ତି, ଗତ ୨ ସପ୍ତାହ ମଧ୍ୟରେ ଜମ୍ମୁ କାଶ୍ମୀରରେ ୯ଟି ଭିନ୍ନ ଅପରେସନ୍‌ରେ ୬ ଶୀର୍ଷ କମାଣ୍ଡରଙ୍କ ସମେତ ୨୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ‌

ସମ୍ବନ୍ଧିତ ଖବର