ଏସପିଜି ସୁରକ୍ଷାରେ ଥିବା ଭିଆଇପିଙ୍କ ବିଦେଶରେ ଅଜ୍ଞାତବାସ ଉପରେ ଲାଗିଲା ଅଙ୍କୁଶ; ବିନା ସୁରକ୍ଷାରେ ଯାଇ ପାରିବେ ନାହିଁ

ନୂଆଦିଲ୍ଲୀ: ଏଣିକି ଏସପିଜି ସୁରକ୍ଷା ବ୍ୟବସ୍ଥା ଅଧିନରେ ଥିବା ବ୍ୟକ୍ତବିଶେଷ ବିନା ସୁରକ୍ଷାରେ କୌଣସି ଆଡେ ଯାଇ ପାରିବେ ନାହିଁ। ଏହି କ୍ରମରେ ଗାନ୍ଧୀ ପରିବାର ପାଇଁ ଆଉ ସମ୍ଭବ ହେବନି ଅଜ୍ଞାତ ବାସ । କାରଣ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜି ସୁରକ୍ଷା ପାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି  କେନ୍ଦ୍ର ସରକାର । ଏସପିଜି ସୁରକ୍ଷା ପାଉଥିବା ଯେକୌଣସି ବ୍ୟକ୍ତିବିଶେଷ ଯଦି ବିଦେଶ ଗସ୍ତ କରନ୍ତି ତାହେଲେ ସେମାନଙ୍କ ସହ ତାଙ୍କ ଦାୟିତ୍ୱରେ ଥିବା ଏସପିଜି ସୁରକ୍ଷାକର୍ମୀ ମଧ୍ୟ ବିଦେଶ ଯିବେ । ଆଉ ଯଦି ସେମାନେ ଏସପିିଜିଙ୍କୁ ସାଥୀରେ ନ ନିଅନ୍ତି ତା’ ହେଲେ ତାଙ୍କ ବିଦେଶ ଯାତ୍ରା ରବ୍ଦ ହୋଇପାରେ । ଏହାସହ ଗାନ୍ଧୀ ପରିବାର ବିଦେଶରେ କୌଣସି ଅଜ୍ଞାତସ୍ଥାନରେ ରହିପାରିବେ ନାହିଁ ବୋଲି ଅନୁମାନ କରାଯାଉଛି ।

କାରଣ ଅନେକ ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବିଦେଶକୁ ଚାଲିଯାଇଥାନ୍ତି ଏବଂ ଏ ବାବଦରେ କାହାରିକୁ ଜଣା ନଥାଏ । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଏସପିିଜି ସୁରକ୍ଷା ମିଳୁଛି । ଚାରିସ୍ତରୀୟ ସୁରକ୍ଷା ବ୍ୟତୀତ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁୁପ ଏକ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯାହାକି ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସେମାନଙ୍କ ପରିଜନମାନଙ୍କ ପାଇଁ ଉଦ୍ଦିଷ୍ଟ  । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଏବେ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଉଛି ।

ସମ୍ବନ୍ଧିତ ଖବର