ଭାରତ-ପାକ ଆଟାରୀ ସୀମାରେ ଲାଗିଲା ଫୁଲ୍‌ ବଡି ଟ୍ରକ ସ୍କାନର

ନୂଆଦିଲ୍ଲୀ: ପଞ୍ଜାବରେ ଭାରତ-ପାକିସ୍ତାନ ସୀମାରେ ଥିବା ଅଟାରିି ଇଣ୍ଟିଗ୍ରେଟେଡ୍‌ ଚେକ୍‌ ପୋଷ୍ଟ ରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ତ୍ରୁଟିଶୂନ୍ୟ କରିବାକୁ ସରକାର ସେଠାରେ ଏକ ଫୁଲ ବଡି ଟ୍ରକ୍‌ ସ୍କାନର ଲଗାଯାଇଛି । ଏହା ଦ୍ୱାରା ପାକିସ୍ତାନ ପଟୁ ଟ୍ରକରେ ଆସୁଥୁବା ବିଭିନ୍ନ ସାମଗ୍ରୀର ଯାଞ୍ଚ କରିହେବ ଓ ସଂଦିଗ୍ଧ ବସ୍ତୁ ଯେପରିକି ନିଶାଦ୍ରବ୍ୟ ଚାଲାଣ, ଅସ୍ତ୍ରଶସ୍ତ୍ର ଚାଲାଣକୁ ରୋକିହେବ । ଅନେକ ସମୟରେ ପାକିସ୍ତାନପଟୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ହେବା ଆଭିଯୋଗ ଆସିବା ପରେ ଏଠାରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥାକୁ ବଢାଇଦିଆଯାଇଛି । ଅଟାରି ଚେକ ପୋଷ୍ଟରେ ଏହି ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟକୁ ଗତ ୨୦୧୨ରେ ପ୍ରତିଷ୍ଠା କରାଯାଇଥିଲା । ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବ୍ୟବସାୟିକ କାରବାର ବୃଦ୍ଧି କରିବାକୁ ଏହି ଗେଟ୍‌ ଖୋଲାଯାଇଥିଲା । ତେବେ ଏହି ଗେଟରେ ପାକିସ୍ତାନ ପଟେ ଦୁଇ ଦୁଇଟିଫୁଲ ବଡି ଟ୍ରକ୍‌ ସ୍କାନର ଲଗାଯାଇଥିିବାବେଳେ ଭାରତ ପକ୍ଷରୁ ଅତ୍ୟନ୍ତ ଖାମଖିଆଲିଭାବେ ପାରମ୍ପରିକଭାବେ ହାତରେ ଟ୍ରକଗୁଡ଼ିକୁ ଯାଞ୍ଚ କରାଯାଉଥିଲା, ଯାହାକି ବେଶ ସମୟ ସାପେକ୍ଷ ଥିଲା । କିନ୍ତୁ ଏବେ ଅଳ୍ପ ସମୟରେ ଟ୍ରକଗୁଡ଼ିକୁ ଯାଞ୍ଚ କରିହେବ । ଲାଣ୍ଡ ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଆଇନ ଅନୁସାରେ ଅନ୍ତର୍ଜାତୀୟ କାରବାର ଚାଲୁଥିବା ସବୁ ପୋର୍ଟ/ଗେଟ୍‌ ଗୁଡିକରେ ସ୍କାନର ଲଗାଇବା ବାଧ୍ୟତାମୂଳକ ଥିବାବେଳେ ଏହାକୁ କ୍ରମାଗତ ଭାବେ ଅବହେଳା କରାଯାଉଥିଲା । କଷ୍ଟମ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ସରକାରଙ୍କୁ ଅବଗତ କରାଯାଇଥିଲା ।

ସମ୍ବନ୍ଧିତ ଖବର