ଅହମ୍ମଦାବାଦ: ମହାରାଷ୍ଟ୍ରର କୋଲହାପୁରରେ ଏଲ୍ୟୁମିନିୟମ ବ୍ୟବସାୟୀ ପରିବାରରେ ଜନ୍ମିତ ୨୪ବର୍ଷିଅ ସିଏ ମୋକ୍ଷେଶ ସାହ ଜୈନ ଭିକ୍ଷୁର ଦିକ୍ଷା ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ମୂଳ ରୁପରେ ଗୁଜୁରାଟରେ ରହୁଥିବା ମୋକ୍ଷେଶ ଏପ୍ରିଲ ୨୦ ତାରିଖରେ ଅହମ୍ମଦାବାଦର ଅମିୟାପୁରରେ ଦିକ୍ଷା ନେବେ।
Sambad is now on WhatsApp
Join and get latest news updates delivered to you via WhatsApp
ପାଖାପାଖି ୧୦୦କୋଟିର ବ୍ୟବସାୟ ସମ୍ଭାଳୁଥିବା ମୋକ୍ଷେଷଙ୍କ ବିଶ୍ୱାସ, ଟଙ୍କା ଦ୍ୱାରା ସବୁକିଛି କ୍ରୟ କରାଯାଇ ପାରେ ନାହିଁ। ଯଦି ଏପରି ହୋଇଥାଆନ୍ତା ତେବେ ଧନୀକ ଶ୍ରେଣୀର ଲୋକମାନେ ତ ଖୁସିରେ ରହିଥାଆନ୍ତେ। କିଛି ହାସିଲ କରିବା ଦ୍ୱାରା ଆନ୍ତରିକ ଖୁସି ମିଳି ନଥାଏ, ବରଂ କିଛି ଛାଡ଼ି ହୋଇଯାଇଥାଏ। ତେଣୁ ମୋକ୍ଷ ସବୁଠାରୁ ଅଧିକ ଆବଶ୍ୟକ।
ସିଏ ବନିବା ପରେ ମୁଁ ଦୁଇବର୍ଷ ହେବ ବ୍ୟବସାୟ କରିଥିଲି। ଗତ ବର୍ଷ ମୁଁ ଦିକ୍ଷା ଦେବାକୁ ଚାହିଁଥିଲି। କିନ୍ତୁ ମା’ ଜିଗନାବେନ୍ ଓ ପିତା ସନ୍ଦୀପଭାଇ ଏଥିପାଇଁ ପ୍ରସ୍ତୁତ ନଥିଲେ। ଏହି ବର୍ଷ ଦିକ୍ଷା ନେବା ପାଇଁ ଅନୁମତି ଦେଇଥିଲେ।
କୁହାଯାଉଛି କି, ରତ୍ନ ମୁନିରାଜ ଜିନପ୍ରିମବିଜୟ ଜି ମହାରାଜ ଅହମ୍ମଦାବାଦ ଅମିୟାପୁରସ୍ଥିତ ନପୋବଲ ସଂସ୍କାରପୀଠରେ ମୋକ୍ଷେଶ ଦିକ୍ଷା ନେବେ। ସେ ନିଜ ପରିବାର ପ୍ରଥମ ବ୍ୟକ୍ତି ଯିଏକି ଜୈନ୍ ଭିକ୍ଷୁ ଭାବେ ଦିକ୍ଷା ନେବେ।