ପ୍ରଦୂଷଣ ରୋକିବ ଗ୍ରୀନ୍‌ କ୍ରାକର

ସିଏସ୍‌ଆଇଆର୍‌ ଲ୍ୟାବ୍‌ରେ ସଫଳ ପରୀକ୍ଷା

ନୂଆଦିଲ୍ଲୀ, : ବାୟୁ ପ୍ରଦୂଷଣ ଯେଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏଥର ଦୀପାବଳିରେ ଗ୍ରୀନ୍‌ କ୍ରା‌କର ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀନ୍‌ କ୍ରାକର ଦ୍ବାରା ବାୟୁ ପ୍ରଦୂଷଣ ବହୁ ମାତ୍ରାରେ କମିଯିବ। ତେବେ ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଅଧିକାଂଶଙ୍କୁ ଦ୍ବନ୍ଦ୍ବରେ ପକାଇ ଦେଇଛି। ବାସ୍ତବରେ ଏହି ଗ୍ରୀନ୍‌ କ୍ରାକର କ’ଣ। ଏହା କେଉଁଠୁ ଆସିବ?
ଗ୍ରୀନ୍‌ କ୍ରାକର ବା ପରିବେଶ ଅନୁକୂଳ ବାଣରେ କୌଣସି କ୍ଷତିକାରକ ରାସାୟନିକ ନଥାଏ। ଅନ୍ୟ ପାରମ୍ପରିକ ବାଣ ତୁଳନାରେ ଏହି ବାଣ କମ୍‌ ପ୍ରଦୂଷଣ ସୃଷ୍ଟି କରିଥାଏ। ସାଧାରଣତଃ ପ୍ରଦୂଷିତ କେମିକାଲ ଆଲୁମିନିୟମ୍‌, ବାରିୟମ୍‌, ପୋଟାସିୟମ ନାଇଟ୍ରେଟ୍‌ ଏବଂ କାର୍ବନ୍‌ର ବ୍ୟବହାର ଏହି ପରିବେଶ ଅନୁକୂଳ ବାଣରେ କମ୍‌ ଥାଏ। ଫଳରେ ଏହାଦ୍ବାରା କମ୍‌ ପ୍ରଦୂଷଣ ସୃଷ୍ଟି ହେବ। ‌ତେବେ ପରିବେଶ ଅନୁକୂଳ ବାଣ ସୃଷ୍ଟି କରିବାର ଚିନ୍ତାଧାରା ସିଏସଆଇଆର୍‌ର। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ଚିନ୍ତାଧାରା ନେଇ ଗତ ଜାନୁଆରିରେ ପ୍ରସ୍ତାବ ଦେଇଥିଲେ। ତେବେ ସିଏସ୍‌ଆଇଆର ଲ୍ୟାବ୍‌ ଦ୍ବାରା ଏହା‌ର ସଫଳ ପରୀକ୍ଷଣ ହୋଇଛି। ଚଳିତ ଥର ଦୀପାବଳିରେ ଏହି ସବୁଜ ବାଣ ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନପାରିଲେ ମଧ୍ୟ ଆ‌ସନ୍ତା ବର୍ଷ ଏହା କାର୍ଯ୍ୟକାରୀ ‌ ହେବ ବୋଲି ଆଶା ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର