ଗୁଜରାଟ ନିର୍ବାଚନ: ଜୟ ଶାହ, ରାଫେଲ ପ୍ରସଙ୍ଗ ଉଠାଇଲେ ରାହୁଲ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଚାର ଯୁଦ୍ଧ ଘମାଘୋଟ ହୋଇଛି । କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦ୍ୱିତୀୟ ଦିନର ନିର୍ବାଚନୀ ପ୍ରଚାରରେ ବିଭିନ୍ନ ର‍୍ୟାଲିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚଚନା କରିଛନ୍ତି। ରାହୁଲ କହିଛନ୍ତି ମୋଦି ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ ସମ୍ପତ୍ତି ପ୍ରସଙ୍ଗ ଏବଂ ଫ୍ରାନ୍‌୍‌ସ ସହ ହୋଇଥିବା ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପଛରେ ରହିଥିବା ସତ୍ୟକୁ ପଦାକୁ ଆଣିବାକୁ ଚାହାନ୍ତି ନାହିଁ। ରାଫେଲ ଚୁକ୍ତିରେ ହୋଇଥିବା ହେରଫେର ଧରା ପଡ଼ିଗଲେ ଏହା ନିର୍ବାଚନ ଉପରେ ପ୍ରଭାବ ପକାଇବ ଜାଣି ମୋଦି ସଂସଦର ଶୀତକାଳୀନ ଅଧିବେଶନକୁ ବିଳମ୍ବିତ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ମୋଦି ଯେ ପର୍ଯ୍ୟନ୍ତ ରାଫେଲ ଚୁକ୍ତିର ସତ୍ୟତାକୁ ସ୍ୱୀକାର କରିବେ ନାହିଁ, ସେପର୍ଯ୍ୟନ୍ତ ସଂସଦ ବନ୍ଦ ରହିବ ବୋଲି ରାହୁଲ କହିଛନ୍ତି। ଗତକାଲି ରାହୁଲ ମୋଦିଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ବିରୋଧରେ କହିଥିଲେ ଆମେ ଆମ ନିଜର ମନ୍‌ କି ବାତ୍‌ କହିବାକୁ ଚାହୁଁନା ,ଆମେ ଲୋକଙ୍କ ମନ୍‌ କି ବାତ୍‌ ଶୁଣିବାକୁ ଚାହୁ।

ସମ୍ବନ୍ଧିତ ଖବର