ମୋତେ ଏକ ରାଜନୈତିକ ଫୁଟବଲ ଭାବେ ବ୍ୟବହାର କରାଯାଉଛି

ଆଣ୍ଟିଗୁଆ : ବେଶ କିଛିଦିନର ବ୍ୟବଧାନ ପରେ ପିଏନବି ଋଣ ଦୁର୍ନୀତି ମାମଲାର ସହ-ଅଭିଯୁକ୍ତ ମେହୁଲ ଚୋକସୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛି । ସେ କହିଛନ୍ତି ଯେ କୌଣସି ଭୁଲ କାମ କରିନାହିଁ । ତାକୁ କେବଳ ଏକ ରାଜନୈତିକ ଫୁଟବଲ ଭାବେ ବ୍ୟବହାର କରାଯାଉଛି ।

ବିଜନେସ ଷ୍ଟାଣ୍ଡାର୍ଡକୁ ଏକ ସାକ୍ଷାତକାର ଦେଇ ଚୋକସୀ କହିଛି ଯେ ତାର ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ ଓ ସେ ଯାତ୍ରା କରିପାରିବ ନାହିଁ । କିନ୍ତୁ ତା ନାଁରେ ଥିବା କଳଙ୍କ ଲିଭାଇବାକୁ ଚାହୁଁଛି । ନିଜକୁ ଭାରତରେ ଏକ ସମ୍ମାନିତ ବ୍ୟକ୍ତି ବୋଲି ସେ ବର୍ଣ୍ଣନା କରିଛି । ତାକୁ ଦୁଇଟି କାରିବୀୟ ଦେଶ ପକ୍ଷରୁ ଅପହରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛି । ତାକୁ ଏକ ରାଜନୈତିକ ଫୁଟବଲ୍ ଭାବେ ବ୍ୟବହାର କରାଯାଉଛି ବୋଲି ସେ କହିଛି ।

ସୂଚନାଯୋଗ୍ୟ ଯେ, ଚୋକସୀ ଓ ତା ଭଣଜା ନିରବ ମୋଦି ପ୍ରାୟ ୧୩ ହଜାର ୫୦୦ କୋଟି ଟଙ୍କାର ପଂଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ଦୁଇ ମୁଖ୍ୟ ଅଭିଯୁକ୍ତ । ଗତ ୨୦୧୮ ଜାନୁଆରୀ ମାସରୁ ହିଁ ଚୋକସୀ ଭାରତରୁ ଆଣ୍ଟିଗୁଆ ପଳାଇଯାଇଥିଲା । ଭାରତର ସିବିଆଇର ଅନୁରୋଧ କ୍ରମେ ଇଣ୍ଟରପୋଲ ତା ନାଁରେ ରେଡ କର୍ଣ୍ଣର ନେଟିସ ଜାରି କରିଥିଲା । ୨୦୨୧ ମେ ମାସରେ ଡୋମିନିକାରେ ଗିରଫ କରାଯାଇଥିଲା । କିନ୍ତୁ ତାର ପ୍ରତ୍ୟାର୍ପଣ ଉପରେ ସ୍ଥାନୀୟ ଏକ କୋର୍ଟ ରହିତାଦେଶ ଲଗାଇଛି ।

 

 

ସମ୍ବନ୍ଧିତ ଖବର