ଜାନୁଆରି ୧୯ରୁ ଆରମ୍ଭ ହେବ ‘ନିଟ୍‌-ୟୁଜି’ କାଉନ୍‌ସେଲିଙ୍ଗ୍‌: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁଆରି ୧୯ରୁ ‘ନିଟ୍‌-ୟୁଜି’ କାଉନ୍‌ସେଲିଙ୍ଗ୍‌ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭୀୟ ଘୋଷଣା କରିଛନ୍ତି। ଏଥିସହ ମନ୍ତ୍ରୀ କାଉନ୍‌ସେଲିଙ୍ଗ୍‌ ପ୍ରକ୍ରିୟା ନିମନ୍ତେ ‘ସ୍କିଡ୍ୟୁଲ୍‌’ ମଧ୍ୟ ରିଲିଜ୍‌ କରିଛନ୍ତି।

‘ନିଟ୍‌-ୟୁଜି କାଉନ୍‌ସେଲିଙ୍ଗ୍‌ ୨୦୨୧’ ଆରମ୍ଭ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ‘ଫେଡେରେସନ୍‌ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍ସ ଆସୋସିଏନ୍‌’ ‘ମେଡିକାଲ୍‌ କାଉନ୍‌ସେଲିଙ୍ଗ୍‌ କମିଟି’କୁ ଅନୁରୋଧ କରିବାର ଦିନକ ପରେ ଆଜି ଉପରୋକ୍ତ ଘୋଷଣା କରାଯାଇଛି।

ସୁପ୍ରିମ୍‌ କୋର୍ଟଙ୍କ ରାୟ ଘୋଷଣା ହେବା କ୍ଷଣି ‘ନିଟ୍‌-ପିଜି କାଉନ୍‌ସେଲିଙ୍ଗ୍‌ ୨୦୨୧ ସ୍କିଡ୍ୟୁଲ୍‌’ ଘୋଷଣା କରାଯାଇଥିବାରୁ ‘ଫେଡେରେସନ୍‌ ଅଫ୍‌ ରେସିଡେଣ୍ଟ୍‌ ଡକ୍ଟର୍ସ ଆସୋସିଏନ୍‌’ ପତ୍ର ଲେଖି କମିଟିକୁ ଧନ୍ୟବାଦ ଜଣାଇଛି।

କୋଭିଡ୍‌ ସଂକଟ ବାତାବରଣରେ କାଉନ୍‌ସେଲିଙ୍ଗ୍‌ରେ ବିଳମ୍ବ ଘଟିବାରୁ ଦେଶବ୍ୟାପୀ ଡାକ୍ତରମାନେ ପ୍ରତିବାଦ କରିବା ପରେ ସ୍ଥିତାବସ୍ଥାରେ ଥିବା ଇଡବ୍ଲୁ/ଓବିସି ସଂରକ୍ଷଣ ଆଧାରରେ ‘ନିଟ୍‌-ପିଜି’ କାଉନ୍‌ସେଲିଙ୍ଗ୍‌ ୨୦୨୧-୨୦୨୨ କରିବା ଲାଗି ଗତ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଆଦଶେ ଦେଇଥିଲେ।

ସମ୍ବନ୍ଧିତ ଖବର