ଅଯୋଧ୍ୟା ରାୟ ମୋ ପାଇଁ ଆଣିଲା ପୂର୍ଣ୍ଣତାର ମୁହୂର୍ତ୍ତ: ଆଡ଼ଭାନୀ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ରାମ ଜନ୍ମଭୂମି ଆନ୍ଦୋଳନର ନେତୃତ୍ବ ନେଇଥିବା ଅଗ୍ରଣୀ ନେତା ଲାଲକୃଷ୍ଣ ଆଡ଼ଭାନୀ ଅଯୋଧ୍ୟା ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ରାୟ ଐତିହାସିକ ଏବଂ ମୋ ପାଇଁ ପୂର୍ଣ୍ଣତାର କ୍ଷଣ ବୋଲି ସେ କହିଛନ୍ତି। ମତେ ଆଶୀର୍ବାଦ ପ୍ରାପ୍ତ ହେଲାଭଳି ଅନୁଭୂତ ହେଉଛି ଏବଂ ରାମ ଜନ୍ମଭୂମି ଆନ୍ଦୋଳନ ସହିତ ସଂପୃକ୍ତ ହେବା ଅତ୍ୟନ୍ତ ସୌଭାଗ୍ୟପୂର୍ଣ୍ଣ ଥିଲା ବୋଲି ଆଡ଼ଭାନୀ କହିଛନ୍ତି। ଆଜି ଦେଶବାସୀଙ୍କ ସହିତ ମୁଁ ମୋର ଖୁସି ବ୍ୟକ୍ତ କରୁଛି ଏବଂ ନିଜକୁ ଧନ୍ୟ ଅନୁଭବ କରୁଛି ବୋଲି ସେ କହିଛନ୍ତି। ଭଗବାନ ମତେ ଏହି ଆନ୍ଦୋଳନ ସହିତ ସାମିଲ ହେବାକୁ ସୁଯୋଗ ଦେଇଥିଲେ ବୋଲି ଆଡ଼ଭାନୀ କହିଛନ୍ତି। ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଯାଇଛି ଏବଂ ସବୁ କଟତାର ଅବସାନ ଘଟିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର