ସୁଖୋଇ-୩୦ରୁ ବ୍ରହ୍ମୋସ୍‌ ମିସାଇଲକୁ ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରି ଭାରତୀୟ ବାୟୁସେନା ନିଜର ସଫଳତାରେ ଯୋଡ଼ିଲା ନୂଆଫର୍ଦ୍ଦ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଆଜି (ବୁଧବାର) ନିଜର ସଫଳତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି। ଭାରତୀୟ ବାୟୁସେନା ନିଜର ଲଢ଼ୁଆ ବିମାନ ସୁଖୋଇ- ୩୦ ଏମ୍‌କେଆଇରୁ ପ୍ରଥମ ଥର ପାଇଁ ସଫଳାତା ପୂର୍ବକ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍‌ ମିସାଇଲ ବା କ୍ଷେପଣାସ୍ତ୍ରକୁ ନିକ୍ଷେପ କରିଛି।

ଭାରତୀୟ ବାୟୁସେନାର ଆଗଧାଡ଼ିର ଲଢ଼ୁଆ ବିମାନ ସୁଖୋଇ- ୩୦ ଏମ୍‌କେଆଇରୁ ପ୍ରଥମ ଥର ପାଇଁ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ଭୂପୃଷ୍ଠର ଏକ ଟାର୍ଗେଟ ଉପରକୁ ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରି ଏହି ସଫଳତା ହାସଲ କରିବା ପରେ ବାୟୁସେନା ପକ୍ଷରୁ କୁହାଯାଇଛି, ଭାରତୀୟ ବାୟୁସେନା ଏବେ ଆକାଶ ପଥରେ ‘ଷ୍ଟାଣ୍ଡ-ଅଫ୍‌ ରେଞ୍ଜ’ ମଧ୍ୟରେ ରହି ସମୁଦ୍ର ଉପରରେ ଓ ଭୂପୃଷ୍ଠ ଉପରେ ରହିଥିବା ଟାର୍ଗେଟଗୁଡ଼ିକ ଉପରକୁ ‘ପିନ୍‌ ପଏଣ୍ଟ’ ଭାବେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରି ସେଗୁଡ଼ିକୁ ନିମିଷକ ମଧ୍ୟରେ ଧ୍ୱଂସ କରିଦେଇ ପାରିବେ।

ସମ୍ବନ୍ଧିତ ଖବର