ଆଜି ପିଓକେ ଗସ୍ତରେ ଯିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ବ୍ୟାକ୍ ଫୁଟରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କର ଆଜି ହେବ ଆଉ ଏକ ଫ୍ଲପ୍ ସୋ । ବାରମ୍ୱାର କାଶ୍ମୀରକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ସମାଲୋଚିତ ହେବା ପରେ ଆଜି ଇମ୍ରାନ୍ ଖାନ୍ ପାକ୍ ଅଧିକୃତ କାଶ୍ମୀର ବା ପିଓକେ ର ରାଜଧାନୀ ମୁଜାଫରାବାଦରେ ଏକ ରାଲିକୁ ସମ୍ବୋଧନ କରିବାକୁ ଯାଉଛନ୍ତି । କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଗୋଟିଏ ମାସ ମଧ୍ୟରେ ଏହା ଇମ୍ରାନଙ୍କ ତୃତୀୟ ପିଓକେ ଗସ୍ତ ।

ଏପଟେ ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଛେଦ ପରେ ପରେ ପିଓକେରେ ବଡ ଜନ ସମୁଦାୟଙ୍କ ସମର୍ଥନ ଭାରତ ପ୍ରତି ଦେଖିବାକୁ ମିଳିଛି । କହିବାକୁ ଗଲେ ପିଓକେରେ ଭାରତ ପ୍ରତି ବଢୁଥିବା ସମର୍ଥନ ଇମ୍ରାନଙ୍କ ଚିନ୍ତାକୁ ବଢାଇ ଦେଇଛି । କାଶ୍ମୀର ଜନତାଙ୍କ ପାଇଁ ପାକିସ୍ତାନ ସର୍ବଦା ରହି ଆସିଛି ବୋଲି ଦର୍ଶାଇବାକୁ ସେ ଆଜି ପିଓକେରେ ଏକ ରାଲି କରିବେ ।

ବୁଧବାର ଟୁଇଟ୍ କରି ପାକ୍ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ବିଶ୍ୱ ସମୁଦାୟକୁ କାଶ୍ମୀରର ବାସ୍ତବ ସ୍ଥିତି ଜଣାଇବାକୁ ପିଓକେରେ ସେ ଏହି ରାଲି କରିବାକୁ ଯାଉଛନ୍ତି । ୨ ଦିନ ତଳେ ମିଳିତ ଜାତିସଂଘର ମାନବାଧିକାର କମିଶନ ବୈଠକରେ ପାକ୍ ଉଠାଇଥିଲା କାଶ୍ମୀର ପ୍ରସଙ୍ଗ । ହେଲେ ଏଥିରେ ପାକକୁ ଲାଗିଥିଲା ଶକ୍ତ ଝଟକା । ଭାରତ ପାକର ସମସ୍ତ ଅଭିଯୋଗକୁ କଡା ଜବାବ ଦେଇଥିଲା । ଏହାର କିଛି ଘଣ୍ଟା ପରେ ଜାତିସଂଘ ପାକିସ୍ତାନର କାଶ୍ମୀର ପ୍ରସଙ୍ଗରେ ସବୁ ଅଭିଯୋଗକୁ ଖାରଜ କରିଦେଇଥିଲେ ।

ସମ୍ବନ୍ଧିତ ଖବର