ଇସଲାମାବାଦ୍‌ରେ ଭାରତୀୟ ହାଇ କମିସନ୍‌ରେ ସୁରକ୍ଷା କଡ଼ାକଡ଼ି କରାଯାଉ

ନୂଆଦିଲ୍ଲୀ: ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବାପରେ ଏବେ ପାକିସ୍ତାନରେ ଏକପ୍ରକାର ଉତ୍ତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଛି। ପାକିସ୍ତାନରେ ଭାରତୀୟ ହାଇ କମିସନ୍‌ ବାହାରେ ଏବେ କିଛି ବିଶୃଙ୍ଖଳ ଜନତା ଭଙ୍ଗାରୁଜା ଏବଂ ଗଣ୍ଡଗୋାଳ କରିପାରନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏନେଇ ଭାରତୀୟ ହାଇ କମିସନ୍‌ରେ ସୁରକ୍ଷା କଡ଼ାକଡ଼ି କରିବାପାଇଁ କମିସନ୍‌ ପକ୍ଷରୁ ପାକିସ୍ତାନୀ କର୍ତ୍ତୃପକ୍ଷମାନଙ୍କୁ ଅନୁରୋଧ କରାଯାଇଛି। ଭାରତୀୟ ହାଇ କମିସନ୍‌ରେ ସୁରକ୍ଷା ସ୍ଥିତି କଡ଼ାକଡ଼ି କରିବାପାଇଁ ପାକିସ୍ତାନ ବିଦେଶ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଛି। ଅତିତରେ ଭାରତୀୟ କୂଟନୀତିଜ୍ଞ ଏବଂ ଅଧିକାରୀମାନେ ନିର୍ଯାତନାର ଶିକାର ହୋଇଥିବାରୁ ଏବେ ପୁଣିଥରେ ଏଥିନେଇ ଭୟ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର