‘ନାମ’ ଶିଖର ସମ୍ମିଳନୀରେ, ପାକ୍‌କୁ ଘେରିଲା ଭାରତ

ଆତଙ୍କବାଦର ନାଭିକେନ୍ଦ୍ର ପାଲଟିଛି ପାକିସ୍ତାନ

ବାକୁ (ଆଜେରବାଇଜାନ୍‌): ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ଏନ୍‌ଏଏମ୍‌)ର ୧୮ତମ ଶିଖର ସମ୍ମିଳନୀରେ ଆଜି ଭାରତ ପାକିସ୍ତାନକୁ ଘେରିଛି। ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇ ଚାଲିଛି ଏବଂ ଏହା ବିଶ୍ବ ଆତଙ୍କବାଦର ନାଭିକେନ୍ଦ୍ର ପାଲଟିଛି ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ କହିଛନ୍ତି। ସୀମାପାର ଆତଙ୍କବାଦ ନେଇ ନାମ୍‌ ସମ୍ମିଳନୀରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭି ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହା ଦ୍ବାରା ଏହି ରାଷ୍ଟ୍ର ଆତଙ୍କବାଦକୁ ହିଁ ରାଷ୍ଟ୍ରନୀତିରେ ପରିଣତ କରିଥିବା ପ୍ରମାଣିତ ହୋଇଛି ବୋଲି ନାଇଡ଼ୁ କହିଛନ୍ତି। ଅନ୍ତର୍ଜାତୀୟ ମଂଚଗୁଡ଼ିକରେ କଶ୍ମୀରକୁ ନେଇ ପାକିସ୍ତାନ ଯେଉଁ ବିଭ୍ରାନ୍ତି ସୃଷ୍ଟି କରୁଛି, ସେ ସଂପର୍କରେ ବିଶ୍ବ ସମୁଦାୟ ଭଲଭାବେ ଅବଗତ ଅଛନ୍ତି। ପାକିସ୍ତାନର ଆଚରଣରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ସମ୍ଭବ ନୁହେଁ ବୋଲି ନାଇଡ଼ୁ କହିଛନ୍ତି। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ଏବେ ନିର୍ଣ୍ଣାୟକ ଭୂମିକା ନେଉଛି ଏବଂ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସବୁ ରାଷ୍ଟ୍ର ଏକଜୁଟ୍‌ ହେବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର