ଆଗାମୀ ୧୦ ବର୍ଷ ଭିତରେ ଭାରତ ଚନ୍ଦ୍ରପୃଷ୍ଠରେ ପ୍ରତିଷ୍ଠା କରିବ ନିଜସ୍ୱ କେନ୍ଦ୍ର: ଡିଆର୍‌ଡିଓ ବୈଜ୍ଞାନିକ ପିଲାଇ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ମହଜୁଦ୍‌ ଥିବା ବିପୁଳ ପରିମାଣର ହିଲିୟମ୍‌-୩ର ନିସ୍କର୍ଷଣ ପାଇଁ ଭାରତ ଆଗାମୀ ୧୦ ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଏକ ନିଜସ୍ୱ କେନ୍ଦ୍ର ବା ବେସ୍‌ ସ୍ଥାପନ କରିବ। ଏ ସୂଚନା ଦେଇଛନ୍ତି ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ଏ. ଶିବଥାନୁ ପିଲାଇ। ଦୂରଦର୍ଶନ ପକ୍ଷରୁ ଗତ ରବିବାର ଦିନ ‘ଓ୍ଵାର ଆଣ୍ଡ୍‌ ପିସ୍‌’ ଶୀର୍ଷକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ଶ୍ରୀ ପିଲାଇ।

ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ଏ ବିଶେଷ ଜ୍ଞାନକୌଶଳର ଅଧିକାରୀ ଥିବା ବିଶ୍ୱର ହାତଗଣତି ମାତ୍ର ୪ଟି ରାଷ୍ଟ୍ର ମଧ୍ୟରୁ ଭାରତ ହେଉଛି ଅନ୍ୟତମ ଏବଂ ଅଗ୍ରଗଣ୍ୟ। ଚନ୍ଦ୍ରପୃଷ୍ଠରେ ନିଜସ୍ୱ କେନ୍ଦ୍ର ସ୍ଥାପନ ନିମନ୍ତେ ଭାରତ ନିକଟରେ ଦକ୍ଷତା ସହ ଜ୍ଞାନକୌଶଳ ମଧ୍ୟ ମହଜୁଦ୍‌ ରହିଛି ବୋଲି କହିଛନ୍ତି ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ଶ୍ରୀ ପିଲାଇ।

Hans News

ଡିଆରଡିଓ ପକ୍ଷରୁ ବ୍ରହ୍ମୋସ୍‌ ମିସାଇଲ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ଶ୍ରୀ ପିଲାଇ କହିଛନ୍ତି, ‘ଚନ୍ଦ୍ରପୃଷ୍ଠରେ ଏକ ନିଜସ୍ୱ କାରଖାନା ସ୍ଥାପନ ସହ ସେଠାରେ ଉପଲବ୍ଧ ବିଶେଷ ଖଣିଜ ପଦାର୍ଥକୁ ଖନନ କରିବା ସହ ସେଥିରୁ ହିଲିୟମ-୩ ବାହାର କରି ତାକୁ ପୃଥିବୀ ପୃଷ୍ଠକୁ ଆଣି ପାରିବାର କ୍ଷମତା ଭାରତ ନିକଟରେ ମହଜୁଦ୍‌ ରହିଛି।’ ଉଲ୍ଲେଖଯୋଗ୍ୟ, ହିଲିୟମ-୩ ହେଉଛି ଭବିଷ୍ୟତ ପାଇଁ ଶକ୍ତିର ଉତ୍ସ। ଏଥିସହ ହିଲିୟମ-୩ ହେଉଛି ଏକ ଅଣ ବିକିରଣ ସାମଗ୍ରୀ ଯାହାକି ୟୁରାନିୟମ ଠାରୁ ୧୦୦ ଗୁଣ ଅଧିକ ଶକ୍ତି ପ୍ରଦାନ କରିଥାଏ।

DD News

ଭାରତ ଚନ୍ଦ୍ରପୃଷ୍ଠରେ ସ୍ଥାପନ କରିବାକୁ ଥିବା ନିଜସ୍ୱ କେନ୍ଦ୍ର ବା ବେସ୍‌ରୁ କେବଳ ମାତ୍ର ହିଲିୟମ-୩ ଉତ୍ପାଦନ କରି ପୃଥିବୀକୁ ଆଣିବ ନାହିଁ ବରଂ ଚନ୍ଦ୍ରପୃଷ୍ଠରେ ଏକ ଲଞ୍ଚିଂହବ୍‌ ରୂପେ ମଧ୍ୟ କାର୍ଯ୍ୟ କରିବ। ସୌରମଣ୍ଡଳର ଅନ୍ୟଗ୍ରହଗୁଡ଼ିକୁ ମଧ୍ୟ ଚନ୍ଦ୍ରପୃଷ୍ଠରେ ସ୍ଥାପିତ ହେବାକୁ ଥିବା କେନ୍ଦ୍ରରୁ ବିଭିନ୍ନ ଯାନସବୁ ପଠାଯାଇ ସେଗୁଡ଼ିକ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ମଧ୍ୟ କରାଯାଇ ପାରିବ। ସଂପ୍ରତି ଆମେରିକା, ଋଷିଆ ଓ ଚୀନ୍‌ ସମେତ ଭାରତ ନକଟରେ ଏ ବିଶେଷ ଦକ୍ଷତା ଓ ଜ୍ଞାନକୌଶଳ ରହିଥିବା ବେଳେ ଭାରତ ଏ କ୍ଷେତ୍ରରେ ଅନ୍ୟ ତିନି ରାଷ୍ଟ୍ରଙ୍କ ଠାରୁ ବହୁ ଆଗରେ ରହିଥିବା କହିଛନ୍ତି ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ଶ୍ରୀ ପିଲାଇ।

ସମ୍ବନ୍ଧିତ ଖବର