ବିଜେପି ସାଂସଦଙ୍କୁ କାମୁଡ଼ିଲା ମାଙ୍କଡ

ନୂଆଦିଲ୍ଲୀ: ବିଜେପି ସାଂସଦ ରାକେଶ ସିହ୍ନା ମାଙ୍କଡ ଆକ୍ରମଣର ଶିକାର ହୋଇଛନ୍ତି | ଦିଲ୍ଲୀର ସାହାଜାହାନ ରୋଡ଼ରେ କିଛି ମାଙ୍କଡ ସାଂସଦଙ୍କୁ କାମୁଡ଼ିଦେଇଛନ୍ତି | ଏହାପରେ ରାକେଶ କହିଛନ୍ତି ଯେ ପ୍ରଥମେ ମାଙ୍କଡ ମାନେ ତାଙ୍କ ସରକାରୀ ବାସଭବନରେ ପହଂଚି ଉତ୍ପାତ କରିଥିଲେ | ଅଗଷ୍ଟ ୨୮ ତାରିଖରେ ମାଙ୍କଡମାନେ ସାଂସଦଙ୍କୁ ଆକ୍ରମଣ କରିଥିବାବେଳେ ମାଙ୍କଡଙ୍କ ଡରରେ ତାଙ୍କର ଚାରିଜଣ ସହଯୋଗୀ ତାଙ୍କୁ ଛାଡି ପଳାଇଥିବାର ସେ କହିଛନ୍ତି |

ରାକେଶ କହିଛନ୍ତି ଯେ ମାଙ୍କଡଙ୍କ କାମୁଡ଼ାରେ ରେବୀଜ ଓ ଏଡ୍ସ ଭଳି ରୋଗର ଆଶଙ୍କା ରହିଥାଏ | ସେ ପଶୁଙ୍କ ଅଧିକାରକୁ କୌଣସି କ୍ଷତି ନ ପହଞ୍ଚାଇ ମାଙ୍କଡ଼ଙ୍କୁ ସ୍ଥାନାନ୍ତର ପାଇଁ ଜୋର ଦେଇଛନ୍ତି | ରାକେଶ କହିଛନ୍ତି ଯେ ଏହି ସମସ୍ୟାକୁ ଦୂରେଇବା ପାଇଁ ସେ ସହରୀ ବିକାଶ ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି | ଏହି ପ୍ରସଙ୍ଗରେ ସେ ମନ୍ତ୍ରାଳୟକୁ ଚିଠି ଲେଖିବେ ବୋଲି କହିଛନ୍ତି |

ଏଠାରେ ସୂଚନା ଥାଉ କି ଦିଲ୍ଲୀରେ ମାଙ୍କଡମାନେ ଲୋକଙ୍କୁ ହଇରାଣ କରିବା ସହ ଆକ୍ରମଣ ମଧ୍ୟ କରୁଛନ୍ତି | ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ସରକୁଲାରରେ ମାଙ୍କଡଙ୍କ ଆକ୍ରମଣରୁ ସାବଧାନ ରହିବା ପାଇଁ ପରାମର୍ଶ ଦିଆଯାଇଛି |

ସମ୍ବନ୍ଧିତ ଖବର