ଅଟାରି-ଓ୍ଵାଘା: ସେନା ସୁରକ୍ଷା ବଳ(ବିଏସ୍ଏଫ୍) ଏବଂ ପାକିସ୍ତାନୀ ରେଞ୍ଜର୍ସ ବୁଧବାର ଦୀପାବଳି ଅବସରରେ ପଞ୍ଜାବର ଓ୍ଵାଘା ସୀମାସ୍ଥିତ ଗେଟରେ ପାରମ୍ପରିକ ଭାବେ ମିଠା ଆଦାନ-ପ୍ରଦାନ କରି ପରସ୍ପରଙ୍କୁ ଦୀପାବଳି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏକ ସଦ୍ଭାବନାର ନିଦର୍ଶନ ସ୍ବରୂପ ଭାରତ ପାକିସ୍ତାନ ମଧ୍ୟରେ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ଇଦ୍, ଦୀପାବଳି ପରି ରାଷ୍ଟ୍ରୀୟ ଓ ଧାର୍ମିକ ଉତ୍ସବରେ ପାରମ୍ପରିକ ଭାବେ ପରସ୍ପରଙ୍କୁ ମିଠା ଦିଆନିଆ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଇଦ୍-ଅଲ୍-ଆଧା ଏବଂ ୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହି ଦୁଇ ଦେଶ ମଧ୍ୟରେ ମିଠା ଦିଆନିଆ ହୋଇଥିଲା।
ମାତ୍ର ଚଳିତବର୍ଷ ଗଣତନ୍ତ୍ର ଦିବସରେ ଏହି ପରମ୍ପରା ଭଙ୍ଗ ହୋଇଥିଲା। ଅସ୍ତ୍ରବିରତି ନୀତି ଉଲଂଘନ ଓ ସୀମା ବିବାଦ ହେତୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦୁଇ ଦେଶ ମଧ୍ୟରେ ମିଠା ଆଦାନପ୍ରଦାନ ହୋଇ ନ ଥିଲା। ମାତ୍ର ଦୀପାବଳିରେ ସେ ସବୁକୁ ଭୁଲି ମିଠା ଦିଆନିଆ କରିଛନ୍ତି ଦୁଇ ଦେଶ।
ଉରିଠାରେ ଭାରତୀୟ ସେନା ଶିବିର ଉପରେ ପାକିସ୍ତାନ ଆକ୍ରମଣ କରିବା ପରେ ବିବାଦ ଉପୁଜିଥିଲା। ସେହି ବର୍ଷ ଏହି ମିଠା ଦିଆନିଆ ପରମ୍ପରା ଅନୁଷ୍ଠିତ ହୋଇନଥିଲା।