୨୦୨୧ ପ୍ରାରମ୍ଭରେ ଭାରତରେ କରୋନା ଟିକା ଉବଲବ୍ଧ ହେବ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦୨୧ ପ୍ରାରମ୍ଭ ସୁଦ୍ଧା ଭାରତରେ ପ୍ରଥମ କରୋନା ଭାଇରସ ଟିକା ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶବାସୀଙ୍କୁ ଭରସା ଦିଆଯାଇଛି ।
ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ କରୋନା ଟିକାର ଗବେଷଣା ବେଶ ଦ୍ରୁତ ଗତିରେ ଅଗ୍ରଗତି ଲାଭ କରୁଛି । ଦେଶରେ ଏବେ ୩ଟି ଟିକାର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି । ଆସନ୍ତା ୨୦୨୧ ପ୍ରଥମ ତିନିମାସ ସୁଦ୍ଧା ଦେଶରେ ପ୍ରଥମ କରୋନା ଭାଇରସ ଟିକା ଉପଲବ୍ଧ ହେବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସୁଦ୍ଧା ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୬୦ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୯୯୫୪୨ ପହଞ୍ଚିଛି ଓ ୫୦ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଲେଣି । ଦେଶରେ ଏବେ ୯୬୨୬୪୦ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ଦେଶରେ ଭାରତ ବାୟୋଟେକର କୋଭାକ୍ସିନ, ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ଓ ଜାଇଡସ କାଡିଲା ଦ୍ୱାରା ପ୍ରସ୍ତୁତ ଜାଇକୋଭ-ଡିର ମାନବ ପରୀକ୍ଷଣ କରାଯାଉଛି । ଇତି ମଧ୍ୟରେ କୋଭିସିଲ୍ଡର ୩ୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଥିବାବେଳେ କୋଭାକ୍ସିନ ଓ ଜାଇକୋଭ-ଡି ର ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ତେବେ ଋଷିଆର ସ୍ପୁଟନିକ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଧ୍ୟ ଯୋଜନା କରାଯାଉଛି ।

ସମ୍ବନ୍ଧିତ ଖବର