ଡିସେମ୍ବର ମାସରେ ଋଷିଆ, ଚୀନ, ଶ୍ରୀଲଙ୍କା, ନେପାଳ ସହ ଯୁଦ୍ଧାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ : ଡିସେମ୍ବର ମାସରେ ଭାରତ ଗୋଟିଏ ନୁହେଁ, ୪ଟି ଯୁଦ୍ଧାଭ୍ୟାସ କରିବ । ୪ ଟି ଅଲଗା ଅଲଗା ଦେଶମାନଙ୍କ ସହ ଏସବୁ ଯୁଦ୍ଧାଭ୍ୟାସ କରାଯିବ ।
ପ୍ରଥମ ଯୁଦ୍ଧାଭ୍ୟାସଟି ଋଷିଆ ସହିତ ହେବ । ଏହାର ନାଁ ରଖାଯାଇଛି ଇନ୍ଦ୍ର ଟ୍ରାଇସର୍ଭିସେସ । ଏକା ସମୟରେ ତିନିବାହିନୀ ଏହି ଯୁଦ୍ଧାଭ୍ୟାସରେ ସାମିଲ ହେବେ । ଡିସେମ୍ବର ୧୦ରୁ ୨୦ ମଧ୍ୟରେ ଏହା ଗୋଆ ଓ ପୁଣେଠାରେ ଅନୁଷ୍ଠିତ ହେବ । ଏଥିରେ ଦୁଇଦେଶର ଇନଫାଣ୍ଟ୍ରି କମ୍ବାଟ ଭେହିକ୍ଲ,ଲଢୁଆ ବିମାନ ଓ ଯୁଦ୍ଧ ଜାହାଜ ଭାଗ ନେବ ।

image : Indian Army

ତିନିବାହିନୀ ସାମିଲ ଥିବା ପ୍ରଥମ ଯୁଦ୍ଧାଭ୍ୟାସ ଭାରତ ୨୦୧୭ରେ ଋଷିଆର ଭ୍ଲାଦିଭୋସ୍ତକଠାରେ ଋଷିଆ ସହିତ କରିଥିଲା । ଅନ୍ୟପକ୍ଷରେ ମେଘାଳୟର ଉମରୋଇଠାରେ ଡିସେମ୍ବର ୭ରୁ ୨୦ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟରେ ହାଣ୍ଡ୍‌ ଅନ ହାଣ୍ଡ ନାମକ ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ । ଏଥିରେ ଦୁଇ ଦେଶର ୧୦୦ରୁ ୧୨୦ ଲେଖାଏଁ ସେନା ଭାଗନେବେ । ଏଠାରେ ଆତଙ୍କବାଦ ବିରୋଧୀ ଅଭିଯାନ, ବିପର୍ଯ୍ୟୟ ମୁକାବିଲା ଅଭ୍ୟାସ କରାଯିବ । ସେହିପରି ଡିସେମ୍ବର ୧ରୁ ୧୪ ମଧ୍ୟରେ ପୁଣେଠାରେ ଶ୍ରୀଲଙ୍କା ସହ ଅପରେସନ ମିତ୍ରଶକ୍ତି ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ନେପାଳରେ ଡିସେମ୍ବର ୩ରୁ ୧୬ ପର୍ଯ୍ୟନ୍ତ ନେପାଳ ସେନା ସହିତ ସୂର୍ଯ୍ୟକିରଣ ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ ।

ସମ୍ବନ୍ଧିତ ଖବର