ଜମ୍ମୁ ଓ କଶ୍ମୀର: ‌ରଜୌରୀ ଠାରେ ପାକିସ୍ତାନ ପଟୁ ସୀମାସେପାରି ସେଲିଙ୍ଗ୍ ଆକ୍ରମଣ ଯୋଗୁଁ ଭାରତୀୟ ଯବାନ ସହିଦ

ଜମ୍ମୁ: ସୋମବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ ରଜୌରୀ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାସ୍ଥିତ କେତେକ ସେକ୍ଟର୍‌ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଭାରତୀୟ ସେନା ମଧ୍ୟ ପାକିସ୍ତାନ ଅସ୍ତ୍ରବିରତିର ସମୁଚ୍ଚିତ ଜବାବ ଦେଇଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି, ସୋମାବାର ପ୍ରତ୍ୟୁଷ ପ୍ରାୟ ୩: ୩୦ ମିନିଟ୍‌ରେ ପାକିସ୍ତାନୀ ସେନା ପୁଞ୍ଚର କୃଷ୍ଣା ଘାଟିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଅକାରଣରେ ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରି ପାକିସ୍ତାନ କୃଷ୍ଣା ଘାଟିକୁ ଗୁଳି ଓ ସେଲିଙ୍ଗ୍ ବର୍ଷଣ କରିଥିଲା। ଭାରତୀୟ ସେନା ଏହାର ଠିକଣା ଯବାବ ଦେଇଛି।

ଏହା ବ୍ୟତିରେକେ, ଭୋର୍ ୫: ୩୦ ମିନିଟ୍‌ରେ ପାକିସ୍ତାନ ରଜୌରୀର ନୌଶେରା ସେକ୍ଟର୍‌ରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ବୋଲି ମୁଖପାତ୍ରଜଣକ କହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଏ ବଷର୍ ପାକିସ୍ତାନ ସେନା ୧୪୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରି ସାରିଲାଣି। ଗତବର୍ଷ ପାକିସ୍ତାନ ୩, ୧୬୮ ଥର ଓ ୨୦୧୮ରେ ୧୬୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା।

ସମ୍ବନ୍ଧିତ ଖବର