ଚଳନ୍ତା ଟ୍ରେନ୍‌ରେ ଚଢୁଥିବା ବେଳେ ପଡ଼ିଗଲେ, ଅ‌ଳ୍ପକେ ବଞ୍ଚିଲା ଜୀବନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବସ୍ତି ରେଳ ଷ୍ଟେସନ୍‌ରେ ଏକ ବଡ଼ ଧରଣର ଅଘଟଣ ଘଟୁ ଘଟୁ ରହିଗଲା। ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନ୍‌କୁ ଚଢୁଥିବା ବେଳେ ଫ୍ଲାଟ୍‌ଫର୍ମରେ ପଡ଼ି ଯାଇଥିଲେ। ‌ସୌଭାଗ୍ୟକୁ ସେହି ସମୟରେ ଉପସ୍ଥିତ ଲୋକ ଧାଇଁ ଯାଇ ବ୍ୟକ୍ତି ଜଣଙ୍କୁ ଟ୍ରେନ୍‌ ତଳୁ ଟାଣି ଆଣିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି। ବ୍ୟକ୍ତି ଜଣକ ଟ୍ରାକ୍‌ ଭିତରେ ପଡ଼ି ଯିବାକୁ ଯାଉଥିବା ବେଳେ ପ୍ରଥମେ ଜଣେ ଆର୍‌ପିଏଫ୍‌ ଯବାନ ତାଙ୍କୁ ଟାଣି ଆଣିଥିଲେ ଓ ପରେ ଉପସ୍ଥିତ ଦେଖଣାହାରୀ ବି ଧାଇଁ ଯାଇଥିଲେ ସାହାଯ୍ୟ କରିବାକୁ। ଘଟଣାଟି ହେଉଛି ନଭେମ୍ବର ୬ ତାରିଖର। ଘଟଣାଟି ଷ୍ଟେସନ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ପୂର୍ବରୁ ବି ଏପରି ଘଟଣା ଘଟିଛି। ପୂର୍ବରୁ ନଭେମ୍ବର ପହିଲାରେ ଏକ ସିସିଟିଭି ଫୁଟେଜ୍‌କୁ ଟ୍ବିଟ୍‌ରେ ସେୟାର କରି ରେଳ ମନ୍ତ୍ରାଳୟ ପକ୍ଷରୁ ଲେଖାଯାଇଥିଲା କି, ‘ରେଳକର୍ମୀଙ୍କ ସତର୍କତା ପାଇଁ ବଞ୍ଚିଗଲା ମହିଳାଙ୍କ ଜୀବନ। ଉତ୍ତରପ୍ରଦେଶର ଅମେଥି ରେଳ ଷ୍ଟେସନ୍‌ରେ ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଜଣେ ମହିଳା ସନ୍ତୁଳନ ହରାଇ ବସିଥିଲେ। ଜଣେ ସଜାଗ ଟିକେଟ୍‌ ‌ଚେକିଂ କର୍ମଚାରୀ ତାଙ୍କ ଜୀବନ ବଞ୍ଚାଇଥିଲେ।’

 

ସମ୍ବନ୍ଧିତ ଖବର