ଭାରତରେ ସଂକ୍ରମଣ ଏ ଯାଏ ଶୀର୍ଷରେ ପହଞ୍ଚିନି: ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ସଂକ୍ରମଣ ଏଯାଏ ଶୀର୍ଷରେ ପହଞ୍ଚି ନାହିଁ। ଆଗାମୀ ଦିନରେ ସଂକ୍ରମଣ ଆହୁରି ବଢ଼ିବ ଏବଂ ୨/୩ ମାସ ଭି‌ତରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବୋଲି ଏମ୍‌ସର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।

New Indian Express

ଏକ ଟେଲିଭିଜନ ସାକ୍ଷାତକାରରେ ଡ.ଗୁଲେରିଆ କହିଛନ୍ତି ଯେ ଅନେକ ରାଜ୍ୟରେ ଏବେ ବି କୋଭିଡ୍‌-୧୯ ଭୂତାଣୁ ସ୍ଥାନୀୟ ସଂକ୍ରମଣ ସ୍ଥିତିରେ ରହିଛି। ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ସଂକ୍ରମଣ ବଢ଼ିବ ଏବଂ ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ଦିଲ୍ଲୀ ଓ ମୁମ୍ବାଇର କେତେକ ସ୍ଥାନରେ ହଟ୍‌ସ୍ପଟ୍‌କୁ ନେଇ ଅଧିକ ଚର୍ଚ୍ଚା ହେଉଛି, କିନ୍ତୁ ତାହା ମଧ୍ୟ ସ୍ଥାନୀୟ ସଂକ୍ରମଣ ସ୍ଥିତିରେ ରହିଛି ବୋଲି ଡ. ଗୁଲେରିଆ କହିଛନ୍ତି।

କରୋନା ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ଏବଂ ଭେଣ୍ଟିଲଟର ଅଭାବ ଯେଭଳି ରହିବ ନାହିଁ ସେ ଦିଗରେ ଯୋଜନାବଦ୍ଧ ପ୍ରୟାସ କରାଯିବା ଉଚିତ ବୋଲି ଦର୍ଶାଇ ଡ.ଗୁଲେରିଆ କହିଛନ୍ତି ଯେ ଯେଉଁ ଲୋକଙ୍କର କେବଳ କରୋନା ଲକ୍ଷଣ ରହିଛି ସେମାନେ ଘରେ ରହିବା ଉଚିତ। ଦିଲ୍ଲୀରେ କେବଳ ଦିଲ୍ଲୀ ବାସିନ୍ଦାଙ୍କ ଚିକିତ୍ସା ନକରି ଏଠାକୁ ଅନ୍ୟ ରାଜ୍ୟରୁ ଆସୁଥିବା କରୋନା ରୋଗୀଙ୍କୁ ମଧ୍ୟ ଚିକିତ୍ସା ସୁବିଧା ମିଳିବା ଉଚିତ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର