ବିବାଦୀୟ ବୟାନ ଦେଇ ଜମ୍ମୁ ଅର୍ଥମନ୍ତ୍ରୀ ବହିଷ୍କୃତ

ଶ୍ରୀନଗର : ଜମ୍ମୁ କଶ୍ମୀର ଅର୍ଥ ମନ୍ତ୍ରୀ ହସିବ ଦ୍ରବୁ ବିବାଦୀୟ ବୟାନ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। କଶ୍ମୀର ଏକ ରାଜନୈତିକ ପ୍ରସଙ୍ଗ ନୁହେଁ କହି ବିବାଦ ଘେରକୁ ଆସିିଥିବା ହସିବ୍‌ ଆଜି ସେଥିପାଇଁ ମନ୍ତ୍ରୀପଦ ହରାଇଛନ୍ତି। ଜମ୍ମୁ କଶ୍ମୀର କେବେ ରାଜନୈତିକ ପ୍ରସଙ୍ଗ ନଥିବା ବେଳେ କେବଳ ଗତ ୫୦ରୁ ୭୦ ବର୍ଷ ଧରି ଏହାକୁ ରାଜନୀତି ପ୍ରସଙ୍ଗ କରାଯାଉଛି ବୋଲି ପିଡିପି ନେତା ଦ୍ରବୁ ଏକ କାର୍ଯ୍ୟକ୍ରମରେ କହିଥିଲେ। ତେବେ ପିଡିପି ଆରମ୍ଭରୁ ହିଁ ଜମ୍ମୁ କଶ୍ମୀରକୁ ଏକ ରାଜନୈତିକ ପ୍ରସଙ୍ଗ କହିିବା ସହ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ପାଇଁ ଚେଷ୍ଟା ଚଳାଇଛି ବୋଲି ପିଡିପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର