ଜାମ୍‌ସେଦ୍‌ଜୀ ଟାଟା ଶତାବ୍ଦୀର ଶ୍ରେଷ୍ଠ ବଦାନ୍ୟ ବ୍ୟକ୍ତି

ନୂଆଦିଲ୍ଲୀ : ବିଗତ ୧୦୦ ବର୍ଷ ମଧ୍ୟରେ ଯେଉଁ କିଛି ବ୍ୟକ୍ତି ଦାତବ୍ୟ କାର୍ଯ୍ୟ ପ୍ରତି ସର୍ବାଧିକ ସମର୍ପିତ ହୋଇ କାର୍ଯ୍ୟ କରିଛନ୍ତି ସେମାନଙ୍କ ତାଲିକାରେ ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା ଜାମ୍‌ସେଦଜୀ ନୁ‌ସେରୱାନଜୀ ଟାଟା ଶୀର୍ଷ ସ୍ଥାନରେ ରହିଛନ୍ତି। ଏଡେଲ୍‌ଗିଭ୍ ହୁରୁନ୍ ପକ୍ଷରୁ ଶତାବ୍ଦୀର ଶ୍ରେଷ୍ଠ ବଦାନ୍ୟ ବ୍ୟକ୍ତିଙ୍କ ତାଲିକା ଜାରି କରାଯାଇଛି। ସେଥିରେ ଜାମ୍‌ସେଦ୍‌ଜୀ ଏକ ନମ୍ବର ସ୍ଥାନରେ ରହିଛନ୍ତି। ୧୮୯୨ ମସିହା ଭଳି ସମୟରେ ସେ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଯେଉଁ ଯୋଗଦାନ ଦେଇଥିଲେ ବର୍ତ୍ତମାନ ମୂଲ୍ୟରେ ତାହାର ପରିମାଣ ୧୦, ୨୪୦ କୋଟି ଡଲାର ହେବ ବୋଲି ହିସାବ କରାଯାଇଛି। ଶ୍ରେଷ୍ଠ ୧୦ ଜଣ ବଦାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଟାଟା ହେଉଛନ୍ତି ଏକମାତ୍ର ଭାରତୀୟ।

ୱିପ୍ରୋର ଅଜିମ୍‌ ପ୍ରେମ୍‌ଜୀ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି। ବିଶ୍ବର ଶ୍ରେଷ୍ଠ ୧୦୦ ତାଲିକାରେ ବିଲ୍‌ ଗେଟସ୍‌ ଓ ମେଲିଣ୍ଡା ଗେଟସ୍‌ ଦ୍ବିତୀୟ, ବ୍ରିଟେନ୍‌ର ହେନରି ୱେଲକମ୍ ତୃତୀୟ. ଆମେରିକାର ହାୱାର୍ଡ ହ୍ୟୁଗସ୍‌, ୱାରେନ୍ ବଫେ ଓ ଜର୍ଜ ସୋରସ୍‌ ଚତୁର୍ଥରୁ ଷଷ୍ଠ ସ୍ଥାନ ଭିତରେ ରହିଛନ୍ତି। ସ୍ବିଜରଲ୍ୟାଣ୍ଡ୍‌ର ହନ୍ସ ୱିଲସ୍‌ଡର୍ଫ ସପ୍ତମ ଓ ଆମେରିକାର ଜେକେ ଲିଲି ସିନିୟର, ଜନ୍ ରକ୍‌ଫେଲାର୍‌ ଓ ଏଡ୍‌ସେଲ୍‌ ଫୋର୍ଡ ଯଥାକ୍ରମେ ଅଷ୍ଟମରୁ ଦଶମ ସ୍ଥାନ ଭିତରେ ରହିଛନ୍ତି।

ସମ୍ବନ୍ଧିତ ଖବର