ଜୟାବଚ୍ଚନଙ୍କ ସମ୍ପତ୍ତି ପରିମାଣ ୧୦୦୦ କୋଟି

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ରାଜ୍ୟ ସଭା ପ୍ରର୍ଥୀ ଜୟା ବଚ୍ଚନ ରାଜ୍ୟସଭାରେ ସବୁଠାରୁ ଧନୀ ସାଂସଦ ହେବାକୁ ଯାଉଛନ୍ତି। ଜୟା ଯଦି ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି, ତେବେ ପୂର୍ବରୁ ସବୁଠାରୁ ଧନୀ ସାଂସଦ ଥିବାର ବିଜେପିର ରବୀନ୍ଦ୍ର କିଶୋର ସିହ୍ନା(୨୦୧୪ରେ ସତ୍ୟାପାଠ ଜରିଆରେ ତାଙ୍କ ସମ୍ପତ୍ତି ପରିମାଣ ୮ଶହ କୋଟି ବୋଲି ଦର୍ଶାଇଥିଲେ)ଙ୍କୁ ଜୟା ଟପିଯିବେ। କାରଣ ରାଜ୍ୟ ସଭା ପ୍ରାର୍ଥୀପତ୍ର ଦାଖଲ ପାଇଁ ଜୟା ଯେଉଁ ସତ୍ୟପାଠ କରିଛନ୍ତି, ସେଥିରେ ତାଙ୍କର ସମ୍ପତ୍ତି ପରିମାଣ ୧୦୦୦ କୋଟି ଟଙ୍କା ବୋଲି ଉଲ୍ଲେଖ କରିଛନ୍ତି।


ଜୟା ସମାଜବାଦି ପାର୍ଟିର ରାଜ୍ୟ ସଭା ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ସମୟରେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ସେ ଦର୍ଶାଇଛନ୍ତି ଯେ ସେ ଓ ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନଙ୍କ ମୋଟ ୪୬୦ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି।ସେହିପରି ୫୪୦ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି।
ସୂଚନାଯୋଗ୍ୟ ଯେ ୨୦୧୨ରେ ଜୟା ତାଙ୍କର ଯେଉଁ ସମ୍ପତ୍ତି ତାଲିକା ଦେଇଥିଲେ ସେଥିରେ ତାଙ୍କର ମୋଟ ସମ୍ପତ୍ତି ପରିମାଣ ଥିଲା ୪୯୩ କୋଟି। ଯେଉଁଥିରେ ୧୫୨ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୩୪୩ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଥିଲା। ସତ୍ୟପାଠ ଅନୁଯାୟୀ ବଚ୍ଚନ ଦମ୍ପତ୍ତିିଙ୍କର ୬୨ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ଅଳଙ୍କାର ରହିଛି। ଅମିତାଭଙ୍କର ୩୬ କୋଟି ଟଙ୍କାର ଅଳଙ୍କାର ଥିବା ବେଳେ ଜୟାଙ୍କର ୨୬ କୋଟି ଟଙ୍କାର ଅଳଙ୍କାର ରହିଛି। ସେହିପରି ସେମାନଙ୍କର ରୋଲ ରୟସ, ମର୍ସିଡେଜ୍‌, ରେଞ୍ଜ ରୋଭର ଆଦି ପ୍ରାୟ ୧୩ କୋଟି ଟଙ୍କାର ୧୨ଟି ଦାମି ଗାଡ଼ି ରହିଛି। ଦମ୍ପତ୍ତିଙ୍କର ୩କୋଟି ୯୧ ଲକ୍ଷ ଟଙ୍କା ମୂଲ୍ୟର ହାତବନ୍ଧା ଘଣ୍ଟା ରହିଛିି। ଅମିତାଭଙ୍କର ଏକ କଲମ ରହିଛି ଯାହାର ମୂଲ୍ୟ ୯ ଲକ୍ଷ ଟଙ୍କା। ସେହିପରି ବଚ୍ଚନ ଦମ୍ପତ୍ତିଙ୍କର ଫ୍ରାନ୍ସରେ ୩୧୭୫ ବର୍ଗ ମିଟରର ଏକ ଘର ଥିବା ବେଳେ ନୋଇଡ଼ା, ଭୋପାଳ, ପୁନେ, ଅହମ୍ମଦାବାଦ ଓ ଗାନ୍ଧୀନଗରରେ ସେମାନଙ୍କର ଭୂସମ୍ପତ୍ତି ଥିବା ଜୟା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର