ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିବ କିପରି?

ଆମେ ସବୁ ବେଳେ ଚାହୁଁ ଯାହା ବି ଖାଇବୁ ତାହା ଯେମିତି ସ୍ୱାଦିଷ୍ଟ ହୋଇଥିବ। ଏଥିପାଇଁ ରୋଷେଇ ବେଳେ ଅଧିକ ଧ୍ୟାନ ଦିଆ ଯାଇଥାଏ। ହେଲେ ଏହାର ଅନ୍ୟ ଏକ ଉପାୟ ବି ରହିଛି। ଏ ସଂପର୍କରେ ଜାପାନୀ ଗବେଷକମାନେ ଗବେଷଣା କରିଥିଲେ। ଏଥିରୁ ସେମାନେ ଜାଣିପାରିଛନ୍ତି ଯେ ବୟସ୍କ ବ୍ୟକ୍ତିମାନେ ଦର୍ପଣ ସାମ୍ନାରେ ଖାଇବାକୁ ଚେଷ୍ଟା କଲେ କିମ୍ବା ସେମାନେ ଖାଦ୍ୟ ଗ୍ରହଣ କରୁଥିବାର ଫଟୋ ଦେଖି ଖାଇଲେ, ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗେ ଏବଂ ଏହା ସେମାନଙ୍କର କ୍ଷୁଧା ବୃଦ୍ଧିରେ ସହାୟକ ହୋଇଥାଏ ।

ଏକୁଟିଆ ଖାଆନ୍ତୁ କି ପରିବାର ଗହଣରେ ଖାଆନ୍ତୁ । ଲୋକଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଖାଦ୍ୟ ସ୍ୱାଦିଷ୍ଟ ହେବା ଦରକାର । ଏ ପ୍ରସଙ୍ଗରେ ନାଗୋୟା ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ଲୋକେ କେବଳ ଦର୍ପଣ ସାମ୍ନାରେ ବସି ପ୍ରତିଫଳନ ଦେଖି ଖାଇଲେ ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିବ । ଖାଲି ସେତିକି ନୁହେଁ ସେମାନେ ଦର୍ପଣର ପ୍ରତିଫଳନ ସମ୍ମୁଖରେ ଖାଇଲେ ଅଧିକ ମାତ୍ରାରେ ମଧ୍ୟ ଖାଦ୍ୟ ଗ୍ରହଣ କରିହେବ ।

photo-newsam.medicine

ଏହି ଗବେଷକମାନେ ବୟସ୍କ ବ୍ୟକ୍ତିମାନଙ୍କ ଉପରେ ଗବେଷଣା କରି ଏକଥା କହିଛନ୍ତି । ସେମାନେ ଗବେଷଣାରୁ ଜାଣିଛନ୍ତି ଯେ ଅଧିକାଂଶ ବୟସ୍କ ଲୋକ ଏକୁଟିଆ ଖାଇଥାଆନ୍ତି ଓ ସେମାନେ ଦର୍ପଣ ସମ୍ମୁଖରେ ଖାଇଲେ ଭଲ ବୋଲି ଗବେଷକ ରିଉଜା ବୁରୋ ନାକଟା କହିଛନ୍ତି । ଉକ୍ତ ଅନୁଧ୍ୟାନ ସଂର୍ପକୀତ ଲେଖା ଜର୍ଣ୍ଣାଲ୍‌ ଅଫ୍‌ ଫିଜିଓଲୋଜି ଆଣ୍ଡ୍‌ ବିହେଭିଅର୍‌ରେ ପ୍ରକାଶିତ।

ସମ୍ବନ୍ଧିତ ଖବର