ବିହାର ଥାନାରେ ଜେଡିୟୁ ମହାଦଳିତ ନେତାଙ୍କ ଆତ୍ମହତ୍ୟା

ପାଟନା: ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ମାମଲାରେ ବିହାରର ନାଳନ୍ଦା ଜିଲ୍ଲା ସ୍ଥିତ ଏକ ଥାନାରେ ଅଟକ ରହିଥିବା ଜଣେ ମହାଦଳିତ ନେତା ଆଜି ଥାନା ପରିସରରେ ଆତ୍ମହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ମହାଦଳିତ ନେତାଙ୍କ ନାମ ଗଣେଶ ରବିଦାସ। ୫୨ ବର୍ଷୀୟ ଗଣେଶ ଶାସକ ଜେଡିୟୁ ମହାଦଳିତ ଶାଖାର ବ୍ଲକ୍‌ସ୍ତରୀୟ ଅଧ୍ୟକ୍ଷ। ନାବାଳିକାଙ୍କୁ ପିଛା କରିବା ଏବଂ ଅପହରଣ ମାମଲାରେ ଗଣେଶଙ୍କୁ ନାଳନ୍ଦାର ନଗରନଉଶା ଥାନାରେ ଅଟକ ରଖାଯାଇଥିବା ବେଳେ ଆଜି ସେ ଥାନାର ଟଏଲେଟ୍‌ ମଧ୍ୟରେ ଆତ୍ମହତ୍ୟା କରିଦେଇଛନ୍ତି। ତେବେ ତାଙ୍କୁ ଝୁଲନ୍ତ‌ା ଅବସ୍ଥାରେ ଟଏଲେଟ୍‌ରୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ ଘୋଷଣା କରାଯାଇଥିଲା। ଜେଡିୟୁ ନେତା ଗଣେଶଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗଣେଶଙ୍କ ହାଜତ ମୃତ୍ୟୁ ପାଇଁ ଏବେ ମାଜିଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର