ଜେଟ ଏୟାରୱେଜ କର୍ମଚାରୀଙ୍କ ଆତ୍ମହତ୍ୟା, ଦରମା ମିଳୁନଥିବାରୁ ଆତ୍ମହତ୍ୟା କରିଥିବା କହିଲା ଜେଟ କର୍ମଚାରୀ ସଂଘ

ମୁମ୍ବାଇ : ଘରୋଇ ବିମାନସେବା କମ୍ପାନି ଜେଟ ଏୟାରୱେଜ ର ବିମାନ ସେବା ଏବେ ସାମୟିକ ଭାବେ ବନ୍ଦ ରହିଛି । କମ୍ପାନିର ଭବିଷ୍ୟତ କଣ ତାହା କେହି କହିପାରୁନାହାନ୍ତି । ସେପଟେ କମ୍ପାନିର କର୍ମଚାରୀମାନେ ମାସ ମାସ ଧରି ଦରମା ପାଇନଥିବାରୁ ଆର୍ଥିକ ଅନାଟନରେ ଦିନ କାଟୁଛନ୍ତି ।  ଆଜି ମୁମ୍ବାଇରେ ରହୁଥିବା ଜେଟ ଏୟାରୱେଜର ଜଣେ ଟେକନିସିଆନ  ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ଶୈଲେସ ସିଂ ନାମକ ୪୫ ବର୍ଷୀୟ ଏହି ବ୍ୟକ୍ତି ଆର୍ଥିକ ସଂକଟରେ ପଡି ଆତ୍ମହତ୍ୟା କରିଛନ୍ତି ବୋଲି ଜେଟ କର୍ମଚାରୀ ସଂଘ  କହିଛି । କିନ୍ତୁ କ୍ୟାନସରରେ ପୀଡିତ ହୋଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ମୁମ୍ବଇ ପୁଲିସ କହିଛି । ତାଙ୍କର ସ୍ତ୍ରୀ, ୨ ଝିଅ ଓ ୨ ପୁଅ ଅଛନ୍ତି । ଜେଟ୍‌ ଏୟାରୱେଜର କର୍ମଚାରୀମାନେ ଗତ ୩ ମାସ ହେଲା ଦରମା ପାଇନାହାନ୍ତି । ଆଗକୁ କେବେ ଦରମା ମିଳିବ ତାହା ମଧ୍ୟ ଅନିଶ୍ଚିତ ରହିଛି ।

ସମ୍ବନ୍ଧିତ ଖବର