ଧମକକୁ ନଡରିବାରୁ ଗୁଳି ଚଳାଇଲେ ଆତଙ୍କବାଦୀ, ୪ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପରେ ଜିଲ୍ଲାରେ ଶୁକ୍ରବାର ରାତିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜଣେ ୪ ବର୍ଷୀୟା ନାବାଳକ ସମେତ ୪ ଜଣ ନିହତ ହୋଇଛନ୍ତି। ଆଙ୍କବାଦୀମାନେ ପୂର୍ବରୁ ଦେଇଥିବା ଧମକକୁ ଅମାନ୍ୟ କରିବାରୁ ସେମାନେ ଏପରି ଘଟାଇଥିବା ସୂଚନା ରହିଛି। ଆତଙ୍କବାଦୀମାନେ ନିକଟ ଅତୀତରେ ଫଳ ବେପାରୀମାନଙ୍କୁ ଧମକ ଦେଇ ଜମ୍ମୁ-କଶ୍ମୀର ବାହାରକୁ ସେଓ ନ ପଠାଇବାକୁ ଚେତାବନୀ ଦେଇଥିଲେ। ଏହି ଆକ୍ରମଣରେ ୪ ଜଣ ନିହତ ହୋଇଥିବା ବେଳେ ବହୁ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ନାବାଳିକା ସମେତ ମହମ୍ମଦ ଅସରଫ, ମହମ୍ମଦ ରମଜାନ, ଇର୍ସାଦ ହୁସେନ ଆଦି ଅଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା ୩୭୦ ଉଚ୍ଛେଦ କରିବା ପରେ ସଂପୃକ୍ତ ଅଞ୍ଚଳକୁ ଆଙ୍କବାଦମୁକ୍ତ କରିବାର ସ୍ୱପ୍ନ ଦେଖିଥିବା ବେଳେ ପରିବର୍ତ୍ତିତ ନିୟମକୁ ଗ୍ରହଣ କରି ପାରିନାହାନ୍ତି ଆତଙ୍କୀ। ସେମାନେ ପୂର୍ବ ନିୟମ ବଜାୟ ରଖିବା ଉଦେଶ୍ୟରେ ଜମ୍ମୁ-କଶ୍ମୀର ଫଳ ବାହାରକୁ ନ ଯିବାକୁ ଫଳ ବେପାରୀଙ୍କୁ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର