ବେଆଇନ୍ ଚାନ୍ଦା ମାଗିବା ଉପରେ କମିସନରେଟ୍ ପୁଲିସ ଜାରି କଲା କଟକଣା, ସରକାରୀ କର୍ମଚାରୀଙ୍କ ପୂଜା ଚାନ୍ଦା ଆଦାୟ ଉପରେ ବି ଅଙ୍କୁଶ

ଭୁବନେଶ୍ବର : ପାର୍ବଣ ଋତୁରେ ବେଆଇନ ଚାନ୍ଦା ମାଗିବା ନେଇ କଟକଣା ଲଗାଇଲା କମିସନରେଟ୍ ପୁଲିସ । ଆଗକୁ ଆସୁଥିବା ପୂଜାଋତୁରେ କୌଣସି ସରକାରୀ ଦପ୍ତରରେ କର୍ମଚାରୀମାନେ କଲୋନୀ, ଦୋକାନୀ କିମ୍ବା ମାର୍କେଟ କମ୍ଲେକ୍ସରେ ଚାନ୍ଦା ମାଗିପାରିବେନି ବୋଲି ସୂଚନା ଜାରି କରିଛନ୍ତି ପୁଲିସ କମିସନର।

ବିଶେଷ କରି ସେସୁ, ଜିଇଡି, ପିଏଚଇଡି ଭଳି ବିଭିନ୍ନ ସରକାରୀ ସଂସ୍ଥାମାନଙ୍କରେ ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ଏବଂ କାର୍ତ୍ତିକେଶ୍ୱର ପୂଜାପାଳନ କରାଯାଇଥାଏ । କିନ୍ତୁ ଆଗକୁ ଆସୁଥିବା ପାର୍ବଣ ଋତୁରେ ଉକ୍ତ ସରକାରୀ ସଂସ୍ଥାର କୌଣସି କର୍ମଚାରୀ କଲୋନୀ କିମ୍ବା ଦୋକାନମାନଙ୍କରେ କୌଣସି ପ୍ରକାର ବେଆଇନ୍ ଚାନ୍ଦା ମାଗିପାରିବେ ନାହିଁ ବୋଲି କମିସନରେଟ୍ ପୁଲିସ୍ ପରାମର୍ଶ ଜାରି କରିଛି।

ତେବେ ଏଭଳି କଟକଣାକୁ କାର୍ଯ୍ୟକାରୀ କରି କଟକ-ଭୁବନେଶ୍ବରର  ଡିସିପିଙ୍କୁ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିସନର । ଏଭଳି କିଛି ବେଆଇନ୍ ଚାନ୍ଦା ଆଦାୟ ବିଷୟରେ ଖବର ମିଳିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ  କମିସନରେଟ୍ ପୁଲିସ ଅଧିନରେ ଥିବା ସମସ୍ତ ଥାନା ଅଧିକାରୀ ଏବଂ ଜୋନ୍ ଏସିପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିସନର ।

ସମ୍ବନ୍ଧିତ ଖବର