ଜ୍ୟୋତିରାଦିତ୍ୟ ବିଜେପିରେ ଉଚିତ ସମ୍ମାନ ପାଇବେନି: ରାହୁଲ ଗାନ୍ଧି

ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଉଚିତ ସମ୍ମାନ ପାଇବେ ନାହିଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି। ନିଜର ବିଚାରଧାରାକୁ ଜଳାଞ୍ଜଳି ଦେଇ ଜ୍ୟୋତିରାଦିତ୍ୟ ଯେଉଁ ଦଳକୁ ଯାଇଛନ୍ତି, ସେଠାରେ ତାଙ୍କର ରାଜନୈତିକ ଭବିଷ୍ୟତ ଏତେ ଉଜ୍ବଳ ନୁହେଁ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି, ଜ୍ୟୋତିରାଦିତ୍ୟଙ୍କୁ ସେ କଲେଜ‌ରେ ପଢିଲା ଦିନୁ ଜାଣନ୍ତି। ତାଙ୍କ ହୃଦୟରେ କଂଗ୍ରେସ ରହିଛି। ସେ କେମିତି ଆର୍‌ଏସ୍‌ଏସ୍‌ ଓ ବିଜେପିକୁ ଗ୍ରହଣ କରିବେ ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର