କାଦର୍‌ ଖାନ୍‌ ଗୁରୁତର ଅସୁସ୍ଥ

ମୁମ୍ବାଇ: ଖ୍ୟାତନାମା ବଲିଉଡ୍‌ ଅଭିନେତା କାଦର୍‌ ଖାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଆଜି ଉଦ୍‌ବେଗଜନକ ହୋଇପଡ଼ିଛି। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ୮୧ ବର୍ଷୀୟ କାଦର୍‌ ଖାନ୍‌ଙ୍କ ମସ୍ତିଷ୍କ କାମ କରିବା ବନ୍ଦ କରିଦେଇଛି ବୋଲି ତାଙ୍କ ପୁଅ ସର୍ଫରାଜ୍‌ ଖାନ୍‌ ସୂଚନା ଦେଇଛନ୍ତି। ଏହାସହିତ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଅଛନ୍ତି। ଗତବର୍ଷ କାଦର୍‌ ଖାନ୍‌ଙ୍କ ଆଣ୍ଠୁରେ ଅସ୍ତ୍ରାପଚାର ହୋଇଥିଲା ଏବଂ ଏହା ପରଠାରୁ ତାଙ୍କ ସ୍ବାସ୍ଥ୍ୟରେ କ୍ରମାଗତ ଅବନତି ଘଟିଥିଲା। କାଦର୍‌ ଖାନ୍‌ଙ୍କୁ‌ ଶେଷଥର ପାଇଁ ୨୦୧୫ରେ ଆସିଥିବା ଚଳଚ୍ଚିତ୍ର ‘ଦିମାଗ୍‌ କା ଦହି’ରେ ଦେଖିବାକୁ ମିଳିଥିଲା

ସମ୍ବନ୍ଧିତ ଖବର