ନୂଆଦିଲ୍ଲୀ: ପୁଅ ତେଜ ପ୍ରତାପର ବାହାଘରରେ ଯୋଗ ଦେବା ପାଇଁ ଗୋଖାଦ୍ୟ ଦୁର୍ନୀତି ମାମଲାରେ କାରାଦଣ୍ଡ ଭୋଗୁଥିବା ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ୩ ଦିନ ସକାଶ ପାରୋଲ୍ ମଞ୍ଜୁର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆର୍ଜେଡି ନେତାଙ୍କୁ ୩ ଦିନ ପାରୋଲ୍ରେ ଛଡ଼ା ଯିବ ବୋଲି ଜେଲ୍ ଇନ୍ସ୍ପେକ୍ଟର୍ ଜେନେରାଲ୍ ହର୍ଷ ମଙ୍ଗଳ କହିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା ଆର୍ଜେଡି ମୁଖ୍ୟ ଗୁରୁବାର ସନ୍ଧ୍ୟା ସୁଦ୍ଧା ବିମାନ ଯୋଗେ ରାଜଧାନୀ ପାଟନା ଯିବେ ବୋଲି ରାଞ୍ଚିର ଦଳେ ପୁଲିସ ପାଟନାରେ ପହଞ୍ଚିଛନ୍ତି।
ପାରୋଲ୍ରୁ ଜେଲ୍ ବାହାରକୁ ଯାଉଥିବା ଲାଲୁଙ୍କ ପାଇଁ କିଛି କଟକଣା ରଖାଯାଇଛି। ସେ ଗଣମାଧ୍ୟମକୁ କିଛି କହିବେ ନାହିଁ । ତାଙ୍କ ଗତିବିଧିକୁ ଭିଡିଓ କରାଯିବ। ଉଭୟ ବିହାର ଓ ଝାଡ଼ଖଣ୍ଡ ପୁଲିସର ନିରାପତ୍ତା ବଳୟ ମଧ୍ୟରେ ସେ ରହିବେ। ଲାଲୁଙ୍କ ନିରାପତ୍ତା ପାଇଁ ପ୍ରାୟ ୪ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ ଦିଆଯାଇଛି।
କୌଣସି ରାଜନେତା, ଦଳୀୟ କର୍ମୀ, ସାମ୍ବାଦିକଙ୍କୁ ଲାଲୁଙ୍କ ନିକଟକୁ ଛଡ଼ା ଯିବ ନାହିଁ।
ପୂର୍ବତନ ରାଜ୍ୟ ମନ୍ତ୍ରୀ ତଥା ଏବକାର ବିଧାୟକ ତାଙ୍କ ପୁଅ ତେଜପ୍ରତାପ ଯାଦବ ପାଟନା ଠାରେ ମେ’ ୧୨ ତାରିଖ ଦିନ ଦଳର ବିଧାୟକ ଚନ୍ଦ୍ରିକା ରାୟଙ୍କ କନ୍ୟା ଐଶ୍ୱର୍ଯ୍ୟାଙ୍କୁ ବିଭା ହେଉଛନ୍ତି।
ଲାଲୁ କିନ୍ତୁ, ମେ’ ୯ ରୁ ୧୩ ତାରିଖ ଯାଏଁ ପାରୋଲରେ ଯିବାକୁ ଆବେଦନ କରିଥିଲେ।