ଶ୍ରୀଲଙ୍କାରେ ପାରିବାରିକ ଶାସନ: ସାନ ଭାଇ ରାଷ୍ଟ୍ରପତି, ବଡ଼ ଭାଇ ପ୍ରଧାନମନ୍ତ୍ରୀ

କଲମ୍ବୋ: ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ନିର୍ବାଚନ ପରେ ସ୍ପଷ୍ଟ ହୋଇଛି ଯେ, ଦେଶର ନାଗରିକମାନେ ଗୋଟିଏ ପରିବାର ଦ୍ୱାରା ଆସନ୍ତା କିଛି ବର୍ଷ ପାଇଁ ଶାସିତ ହେବେ। ଶ୍ରୀଲଙ୍କାର ନିର୍ବାଚନରେ ବିଜୟୀ ହେବା ପରେ ସାନ ଭାଇ ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ହୋଇଥିବା ବେଳେ ତାଙ୍କର ବଡ଼ ଭାଇ ରାଜପକ୍ଷେ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି। ଶ୍ରୀଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଭାଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ହେବେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ଗୁରୁବାର ନିଜ ପଦରୁ ଇସ୍ତଫା ଦେବେ। କାରଣ ରାଷ୍ଟ୍ରପତି ନିଜର ବଡ଼ଭାଇ ମହିନ୍ଦା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ ମହିନ୍ଦା ରାଜପକ୍ଷେ ପୂର୍ବରୁ ରାଷ୍ଟ୍ରପତି ହୋଇସାରିଛନ୍ତି। ସେ ୨୦୦୫ ରୁ ୨୦୧୫ ମଧ୍ୟରେ ରାଷ୍ଟ୍ରପତି ଥିବା ବେଳେ ଗୋଟବାୟା ଦେଶର ପ୍ରତିରକ୍ଷା ସଚିବ ଥିଲେ। ତାଙ୍କର କାର୍ଯ୍ୟକାଳରେ ପ୍ରଭାକରଣଙ୍କ ନେତୃତ୍ୱରେ ପରିଚାଳିତ ଏଲଟିଟିଏ ବିରୋଧରେ ଲଢ଼େଇକୁ ତୀବ୍ର କରାଯାଇଥିଲା। ରାଜପକ୍ଷେଙ୍କ କାର୍ଯ୍ୟକାଳ ସମୟରେ ପ୍ରଭାକରଣ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର