ଅଧିକ ଯାତ୍ରୀ ଓ ସାମଗ୍ରୀ ପରିବହନ ପାଇଁ ବସ୍ ଓ ଟ୍ରକ୍‌ର ଲମ୍ବ ଏବଂ ଉଚ୍ଚତା ବଢ଼ିବ

ନୂଆଦିଲ୍ଲୀ: ସଡ଼କ ପଥରେ ଅଧିକ ଯାତ୍ରୀ ଓ ଜିନିଷପତ୍ର ପରିବହନ ନିମନ୍ତେ କେତେକ ବର୍ଗର ଯାନବାହନ ବିଶେଷକରି, ବସ୍ ଓ ମାଲବାହୀ ଟ୍ରକ୍‌ଗୁଡ଼ିକର ଲମ୍ବ ଓ ଉଚ୍ଚତା ବଢ଼ାଇବାକୁ ପରିବହନ ମନ୍ତ୍ରାଳୟ ଅନୁମୋଦନ କରିଛନ୍ତି। ଟ୍ରକ୍‌ରେ ଅଧିକ ଜିନିଷପତ୍ର ପରିବହନ ପାଇଁ ମନ୍ତ୍ରାଳୟ ମାଲବାହୀ ଯାନର ଏକ୍ସିଲ୍ ଲୋଡ୍ ୨୫% ବଢ଼ାଇବାର ପ୍ରାୟ ଦୁଇ ବର୍ଷ ପରେ ଏପରି ଅନୁମତି ପ୍ରଦାନ କରିଛି।

ଏକ ବିଜ୍ଞପ୍ତି ଅନୁସାରେ, ଏବେ ସାଧାରଣ ବସ୍‌ର ଲମ୍ବ ୧୩. ୫ ମିଟର କରିହେବ। ପୂର୍ବରୁ ବସ୍‌ର ଲମ୍ବ ୧୨ ମିଟର ମଧ୍ୟରେ ସୀମିତ ଥିଲା। ବସ୍‌ର ଲମ୍ବ ବୃଦ୍ଧି ଫଳରେ ଏହାର ଯାତ୍ରୀ ପରିବହନ କ୍ଷମତା ୧୦-୧୫% ବୃଦ୍ଧି ପାଇବ।

Image Courtesy of The Hindu

ସେହିଭଳି ଟ୍ରଲି ବନ୍ଦ ଥିବା ବା ଆଇଏସ୍‌ଓ ୧ ଫ୍ରେଟ୍ କଣ୍ଟେନର୍ ହେଭି ଡିୟୁଟି ଟ୍ରକ୍‌ଗୁଡ଼ିକର ସାମଗ୍ରିକ ଉଚ୍ଚତା ୪. ୫୨ ମିଟର ଯାଏଁ ବଢ଼ାଯାଇ ପାରିବ। ଅନ୍ୟାନ୍ୟ ହେଭି ଡିୟୁଟି ଟ୍ରକ୍‌ଗୁଡ଼ିକର ଉଚ୍ଚତା ବୃଦ୍ଧି ୪ ମିଟର ମଧ୍ୟରେ ସୀମିତ ରଖାଯାଇଛି। ପୂର୍ବରୁ ଏହା ୩. ୮ ମିଟର ମଧ୍ୟରେ ସୀମିତ ଥିଲା।

ଏହାଛଡ଼ା ପଶୁସମ୍ପଦ ଏବଂ ନିର୍ମାଣ ସାମଗ୍ରୀ, ମୋଟରଗାଡ଼ି ପରିବହନ ନିମନ୍ତେ ବ୍ୟବହୃତ ଟ୍ରକ୍‌, ଟ୍ରାକ୍ଟର୍ ଟ୍ରଲର୍‌ର କଣ୍ଟେନର୍‌ ଉଚ୍ଚତା ୪. ୭୫ ମିଟର ଯାଏଁ ବଢ଼ାଇବାକୁ ଅନୁମତି ମିଳିବ।

ସମ୍ବନ୍ଧିତ ଖବର