କଣ୍ଟେନମେଣ୍ଟ ଜୋନରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପଞ୍ଚମ ପାଳି ଲକଡାଉନ ଘୋଷଣା କରାଯାଇଛି । ତେବେ  କେବଳ କଣ୍ଟେନମେଣ୍ଟ ଜୋନ ଗୁଡ଼ିକ ପାଇଁ ଏହି ଲକଡାଉନ ନିୟମାବଳୀ କଡ଼ାକଡ଼ିଭାବେ ଲାଗୁ ହେବ ।  କିନ୍ତୁ ଅନ୍ୟ ସବୁ ଅଞ୍ଚଳଗୁଡ଼ିକ ପାଇଁ ଏହାକୁ ଲକଡାଉନ କୁହାନଯାଇ ଅନଲକ-୧ ବୋଲି କୁହାଯାଉଛି । କାରଣ  ଏଥର ଅଧିକାଂଶ ନିୟମାବଳୀକୁ କୋହଳ କରାଯାଇଛି ।

କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଆସନ୍ତା ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନ ଲାଗୁ ରହିବ । ଜିଲ୍ଲା ପ୍ରଶାସନ କେନ୍ଦ୍ର ସ୍ବାସ୍ଥ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ ଏହି କଣ୍ଟେନମେଣ୍ଟ ଜୋନ ଗୁଡ଼ିକର ସୀମା ନିର୍ଦ୍ଧାରଣ କରିପାରିବେ ।

କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଲକଡାଉନ ନିୟମାବଳୀକୁ କଡାକଡିଭାବେ ଲାଗୁ କରାଯିବ । କେବଳ ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ । ଜୋନର ଯାତାୟାତ ପଥକୁ ସିଲ କରି କେବଳ ମେଡିକାଲ ସେବା ଆଦି ପାଇଁ ବାହାରକୁ ଛଡ଼ାଯିବ । ବାହାର ଲୋକଙ୍କୁ ଜୋନକୁ ଛଡ଼ାଯିବ ନାହିଁ କିମ୍ବା ଜୋନ ଭିତରର ଲୋକଙ୍କୁ ବାହାରକୁ ଛଡ଼ାଯିବ ନାହିଁ ।  ଜୋନଭିତରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟଟ୍ରେସିଂ କରାଯିବ, ଘରକୁ ଘର ବୁଲି ନମୁନା ସଂଗ୍ରହ କରାଯିବ ଓ ଆବଶ୍ୟକ  ପଡ଼ିଲେ କ୍ଲିନିକାଲ ପଦକ୍ଷେପ ନିଆଯିବ ।

ସେହିପରି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ବାହାରେ ବଫର ଜୋନ ଘୋଷଣା କରିପାରିବ । ଯେଉଁଠାରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ତାହାକୁ ଦେଖି ଏହା କରାଯାଇପାରିବ ।

 

ସମ୍ବନ୍ଧିତ ଖବର