ମନ୍ଦିରରେ ବିବାହ କରିବା ପରେ ରେଜିଷ୍ଟ୍ରେସନ୍‌ ପାଇଁ ଯାଉଥିଲେ ପ୍ରେମୀଯୁଗଳ, ବାଟରେ ଦୁର୍ଘଟଣା ନେଇଗଲା ଜୀବନ

ବେଙ୍ଗଲୁରୁ : ଦୁଇ ଯୁବକ-ଯୁବତୀ ପରସ୍ପରକୁ ଭଲ ପାଉଥିବା ବେଳେ ସାରା ଜୀବନ ସାଥୀରେ ରହିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଦୁହିଁଙ୍କ ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ବିବାହ ପାଇଁ ରାଜି ହୋଇ ନଥିଲେ । ଯାହା ପରେ ପ୍ରେମୀଯୁଗଳ ମନ୍ଦିରରେ ବିବାହ କରିବା ପାଇଁ ନିଷ୍ପତ୍ତିି ନେଇଥିଲେ । ମନ୍ଦିରରେ ବିବାହ କରିବା ପରେ ଭବିଷ୍ୟତରେ କୌଣସି ସମସ୍ୟା ନ ହେଉ ସେ ନେଇ ବିବାହ ପଞ୍ଜିକରଣ କରିବା ନିହାତି ଆବଶ୍ୟକ ବୋଲି ଜାଣି ଦୁହେଁ ବିବାହ ପଞ୍ଜିକରଣ ଅଫିସକୁ ଯିବାକୁ ବାହାରିଥିଲେ । ବାଇକ୍‌ରେ ବିବାହ ପଞ୍ଜିକରଣ କରିବା ପାଇଁ ଦୁହେଁ ବାହାରିଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣା ପଡ଼ିଛି । ସାଥୀରେ ବଞ୍ଚିବାର ସ୍ୱପ୍ନ ଦେଖୁଥିବା ପ୍ରେମୀଯୁଗଳଙ୍କ ସ୍ୱପ୍ନ ସ୍ୱପ୍ନରେ ରହି ଯାଇଛି । ଘଟଣାଟି କର୍ଣ୍ଣାଟକର ହୋଇଥିବା ବେଳେ ମୃତ୍ୟୁବରଣ କରିଥିବା ପ୍ରେମୀଯୁଗଳଙ୍କ ନାଁ ସହାନା(୧୯) ଏବଂ ଦର୍ଶନ(୨୨)ବୋଲି ଜଣାପଡ଼ିଛି ।

AI News

ସୂଚନା ମୁତାବକ, ସହାନା ଏବଂ ଦର୍ଶନ ପରସ୍ପରକୁ ଭଲ ପାଉଥିବା ସହ ନିଜ ନିଜର ପରିବାର ଲୋକଙ୍କୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ମାନି ନଥିଲେ। ପରେ ନିଜ ନିଜର ବନ୍ଧୁଙ୍କ ସହାୟତାରେ ଦୁହେଁ ମନ୍ଦରରେ ବିବାହ କରି ନେଇଥିଲେ । ପରିବାର ଲୋକେ ଦୁହିଁଙ୍କ ସଂପର୍କକୁ ସ୍ୱୀକାର କରିବା ସହ ବିବାହ ପଞ୍ଜିକରଣ କରିବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକଙ୍କ କଥା ମାନି ବିବାହ ପଞ୍ଜିକରଣ କରିବାକୁ ଯାଉଥିବା ବେଳେ ଦୁହେଁ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ ।

ସମ୍ବନ୍ଧିତ ଖବର