ଜଜ୍‌ଙ୍କୁ ବ୍ଲାକ୍‌ମେଲ କରି ନୱାଜଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା: ମରିୟମ

ଭିଡିଓ ପ୍ରମାଣ ଜାରି କଲେ

ଲାହୋର: ପାକିସ୍ତାନ ମୁସ୍‌ଲିମ ଲିଗ୍‌-ନୱାଜର ନେତା ମରିୟମ ନୱାଜ ଆଜି ଏକ ଭିଡିଓ କ୍ଲିପ୍‌ ଜାରି କରି ତାଙ୍କ ପିତା ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ପ୍ରୟାସ କରିଛନ୍ତି। ଏହି ଭିଡିଓ କ୍ଲିପ୍‌ରେ ଜଣେ ବିଚାରପତିଙ୍କ ସ୍ବୀକାରୋକ୍ତି ରହିଛି ଏବଂ ନୱାଜଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ତାଙ୍କୁ ବ୍ଲାକ୍‌ମେଲ କରାଯାଉଥିଲା ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମରିୟମ ଏହି ଭିଡିଓ କ୍ଲିପ୍‌ ଜାରି କରିବା ପରେ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଇମ୍ରାନ ଖାନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ଭିଡିଓ କ୍ଲିପ୍‌ ଯାହା ଦେଖାଯାଉଛି ତାହା ସତ୍ୟ ଉପରେ ଆଧାରିତ ନୁହେଁ ଏବଂ ଏହାକୁ ଜାଲିଆତି କରି ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧିତ ଖବର