କରୋନା ମୁକାବିଲା: ମହାରାଷ୍ଟ୍ରରେ ଘୋଷଣା ହେଲା କର୍ଫ୍ୟୁ

ମୁମ୍ବାଇ: ସଂପ୍ରତି କରୋନା ମହାରାଷ୍ଟ୍ରରେ ଉଗ୍ର ରୂପ ଧାରଣ କରିଛି। ଫିଲିପିନ୍ସରୁ ଆସିଥିବା ଜନୈକ ବିଦେଶୀ ନାଗରିକଙ୍କର କରୋନାରେ ମୃତ୍ୟୁ ଘଟିବା ପରେ ଆଜି ମହାରାଷ୍ଟ୍ର ସରକାର ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲକ୍ଷ୍ୟରେ ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଜାରି କରିଛନ୍ତି। ମହାରାଷ୍ଟ୍ରରେ ଜାରି କରା ଯାଇଥିବା ଏହି କର୍ଫ୍ୟୁ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

Latestly

ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ କାଲିର ଜନତା କର୍ଫ୍ୟୁପରେ ଆଜି ଅନେକ ଜିଲ୍ଲାରେ ଲକ୍‌ ଡାଉନ୍‌ ଘୋଷଣା କରାଯିବା ସହ ରାଜ୍ୟର ସୀମାକୁ ସିଲ୍‌ କରି ଦିଆ ଯାଇଥିଲା। ତେବେ, ଲୋକେ ପରିସ୍ଥିତିର ଗମ୍ଭୀରତାକୁ ନବୁଝି ଲକ୍‌ ଡାଉନ୍‌କୁ ଉଲ୍ଲଂଘନ କରିବା କାରଣରୁ ରାଜ୍ୟ ବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କୁ ଶେଷରେ ଅନୋନ୍ୟପାୟ ହୋଇ କର୍ଫ୍ୟୁ ଘୋଷଣା କରିବାକୁ ପଡ଼ିଲା ଏବଂ ରାଜ୍ୟ ଭିତରେ ରହିଥିବା ଜିଲ୍ଲାଗୁଡ଼ିକର ସୀମାକୁ ମଧ୍ୟ ସିଲ୍‌ କରିଦେବାକୁ ପଡ଼ିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଠାକ୍‌ରେ।

ତେବେ, ଏଥିପାଇଁ ବିଚଳିତ ନହେବାକୁ ରାଜ୍ୟବାସୀଙ୍କ ପରାମର୍ଶ ଦେବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଉ ଥିବା ସଉଦା ଦୋକାନ, ପରିବା ଦୋକାନ, କ୍ଷୀର ଓ ଔଷଧ ଦୋକାନ ଖୋଲା ରହିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର