ମହାରାଷ୍ଟ୍ରରେ ଏଚ୩ଏନ୨ ଭୂତାଣୁ ନେଲା ପ୍ରଥମ ଜୀବନ !

ମୁମ୍ବାଇ: ମହାରାଷ୍ଟ୍ରରେ ଏଚ୩ଏନ୨ ଭୂତାଣୁ ନେଲା ପ୍ରଥମ ଜୀବନ। ମାର୍ଚ୍ଚ ୧୪ରେ ଅହମଦନଗରର ଜଣେ ଏମବିବିଏସ୍ ଛାତ୍ରଙ୍କ ମୃତ୍ୟୁ ପରେ ଏଚ୩ଏନ୨ ଭୂତାଣୁ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କୁହାଯାଉଛି ଯେ, ସେ ଉଭୟ କୋଭିଡ ଏବଂ ଏଚ୩ଏନ୨ ଭୂତାଣୁ ଦ୍ବାରା ଆକ୍ରାନ୍ତ ଥିଲେ। ତେବେ କେଉଁ ଭୂତାଣୁ ପାଇଁ ତାଙ୍କର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ନିଶ୍ଚିତ ହୋଇପାରିବ।

ଅନ୍ୟପକ୍ଷରେ ରାଜ୍ୟରେ ଏଚ୩ଏନ୨ ଭୂତାଣୁ ଦ୍ବାରା ୩୫୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଚ୩ଏନ୨ ଭୂତାଣୁ ସଂକ୍ରମଣ ବଢ଼ୁ୍‌ଥିବା ଦେଖି ପୁଡୁଚେରୀରେ ମାର୍ଚ୍ଚ ୧୬-୨୬ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି।

ଦେଶରେ ଏବେ ଏଚ୩ଏନ୨ ଭୂତାଣୁ, ସ୍ୱାଇନ୍ ଫ୍ଲୁ (ଏଚ୧ଏନ୧ ) ଏବଂ କୋଭିଡ୍ -୧୯ ସଂକ୍ରମଣ ବଢ଼ୁଥିବା ବେଳେ ଲୋକଙ୍କ ଚିନ୍ତା ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଭାଇରାଲ୍ ଇନ୍‌ଫ୍ଲୁଏଞ୍ଜା ବୃଦ୍ଧି ପାଇବାରେ ଲାଗିଛି, ଯାହା ଜ୍ୱର, ଥଣ୍ଡା ଏବଂ ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଉଛି। କେତେକ କ୍ଷେତ୍ରରେ କାଶ ଅଧିକ ହେବା ସହ ରୋଗୀକୁ ଦୁର୍ବଳ କରିଦେଉଛି ଭାଇରାଲ୍ ଇନ୍‌ଫ୍ଲୁଏଞ୍ଜା।

କିଛି ଦିନ ତଳେ ଏଚ୩ଏନ୨ ହେଉଛି ଏକ ଋତୁକାଳୀନ ସଂକ୍ରମଣ। ସଂକ୍ରମଣ ମାମଲା ବୃଦ୍ଧି ସ୍ୱାଭାବିକ। ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର